ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକ ସନ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ଘରୋଇ ହସ୍ପିଟାଲ ସନ୍ ହସ୍ପିଟାଲରେ ନିଆଁ ଲାଗିଛି । ସନ୍ ହସ୍ପିଟାଲର ଉପର ମହଲାରେ ଏହି ନିଆଁ ଲାଗିଛି । ଉପର ମହଲାରେ କ୍ୟାଣ୍ଟିନ ଓ ପ୍ଲାଷ୍ଟିକ ଜିନିଷ ଅଧିକ ଥିବାରୁ ଏହି ନିଆଁ ଲାଗିଥାଏ ପାରେ ବୋଲି ଅନୁମାନ କରାଯାଉଛି ।
୫ ରୁ ୬ ଅଗ୍ନୀଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିଲେ ମଧ୍ୟ ଏଯାଏଁ ନିଆଁକୁ ଆୟତ୍ତ କରାଯାଇନାହିଁ । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ହେବ ଏହି ନିଆଁ ଲାଗିଛି । ତେବେ ସମସ୍ତ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାରୁ ରୋଗୀ ମାନଙ୍କ କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।