ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଦେଶର ଗୁରୁତ୍ଵପୂର୍ଣ୍ଣ ବଜେଟ ଅଧିବେଶନ । ପେପରଲେସ ବଜେଟ ଅଧିବେଶନ କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତାବ ଛଅଟି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଧାରିତ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେଗୁଡ଼ିକ ହେଉଛି- ସ୍ୱାସ୍ଥ୍ୟ ଓ ସ୍ୱଚ୍ଛନ୍ଦତା, ପ୍ରତ୍ୟକ୍ଷ ଏବଂ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି, ଆକାଂକ୍ଷୀ ଭାରତର ସାମଗ୍ରୀକ ବିକାଶ, ମାନବ ପୁଞ୍ଜିର ପୁନଃଉତ୍ଥାନ, ଉଦ୍ଭାବନ ଏବଂ ଗବେଷଣା ଓ ବିକାଶ, ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ।
ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜୁଳି କ୍ଷେତ୍ରରେ ବଡ ଘୋଷଣା କରିଛନ୍ତି ।ସରକାରଙ୍କ ପକ୍ଷରୁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦରେ ଯୋଜନା ଲଞ୍ଚ ହେବାକୁ ଯାଉଛି । ଯାହା ଫଳରେ ଦେଶରେ ବିଜୁଳୀ ଜନିତ ଭିତ୍ତି ସଂରଚନା ଦୃଢ ହେବ । ସରକାରଙ୍କ ତରଫରୁ ହାଇଡ୍ରୋଜେନ ପ୍ଲାଣ୍ଟ ନିର୍ମାଣ କରାଯିବାର ମଧ୍ୟ ଘୋଷଣା କରାଯାଇଛି । ବିଜୁଳି କ୍ଷେତ୍ରରେ ପିପିପି ମଡେଲ ପରି ଅନେକ ଯୋଜନା କାର୍ଯ୍ୟକାରୀ କରାଯିବ ।