ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ କେତେକ ଦ୍ରବ୍ୟ ଉପରେ ରିହାତି ହୋଇଥିବା ବେଳେ ଆଉ କେତେକ ଦ୍ରବ୍ୟ ମହଙ୍ଗା ହୋଇଛି । ପେଟ୍ରୋଲ ଓ ଡିଜେଲ ପରି ମଦ ମଧ୍ୟ ମହଙ୍ଗା ହୋଇଛି । ନିଶା ପାନୀୟ ଉପରେ କେନ୍ଦ୍ର ସରକାର ଶତ ପ୍ରତିଶତ କୃଷି ସେସ୍ ଲାଗୁ କରିଛନ୍ତି । ଫଳରେ ଏହାର ଦର ବଢ଼ିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି।
ଏହାସହ ବିଦେଶୀ ମୋବାଇଲ୍, ମୋବାଇଲ୍ ଉପକରଣ,ବିଦେଶରୁ ଆସୁଥିବା କପଡା , ବିଦେଶୀ ଅଟୋ ପାର୍ଟସ, ବିଦ୍ୟୁତ ଉପକରଣ,ସୋଲାର ଇନଭର୍ଟର, ବିଦେଶୀ ଖାଦ୍ୟ ଆଦି ସାମଗ୍ରୀର ଦାମ ବଢିବ । ସେହିପରି ନୂଆ ବଜେଟରେ ସୁନା, ରୁପା, ଲୁହା , ଷ୍ଟିଲ ସାମଗ୍ରୀ, ତମ୍ବା ସାମଗ୍ରୀ ଆଦି ଶସ୍ତା ହେବ ବୋଲି ଜଣାପଡିଛି ।ତେବେ ଏହି ଦର ବୃଦ୍ଧି ଆସନ୍ତା କାଲିଠୁ ଲାଗୁ ହେବ ।