ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ୨୦୨୧-୨୨ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ । ଏହି ବଜେଟ ଉପସ୍ଥାପନ କରିବା ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିସାରିଛନ୍ତି । ତେବେ ତାଙ୍କ ସହ ଅଛନ୍ତି ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର। ଏଥର ପେପରଲେସ ବା କାଗଜ ବିହୀନ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏଥିପାଇଁ ଅର୍ଥମନ୍ତ୍ରୀଙ୍କ ହାତରେ ପାରମ୍ପରିକ ବଜେଟ୍ ବ୍ରିଫ୍କେସ୍ ଓ ବହି-ଖାତା ପରିବର୍ତ୍ତେ ରହିଛି ସେ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ‘ଟ୍ୟାବ୍ଲେଟ୍’ । ୨୦୨୧-୨୨ ବଜେଟ୍ ସମ୍ପୂର୍ଣ୍ଣ କାଗଜରହିତ କରାଯାଇଛି । ଏଥର ବଜେଟ୍ କାଗଜ ମୁଦ୍ରଣ ନ ହେବା ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଘଟଣା । ଏବର୍ଷ ବଜେଟ୍ର କେବଳ ସଫ୍ଟ୍ କପି ସେୟାର୍ କରାଯିବ । ଏଥିପାଇଁ ସଂସଦର ଉଭୟ ସଦନରୁ କେନ୍ଦ୍ର ସରକାର ଅନୁମତି ପାଇଛନ୍ତି ।
କରୋନା ମହାମାରୀ ପରେ ଏହା ପ୍ରଥମ ବଜେଟ ହୋଇଥିବାରୁ ଏହାକୁ ନେଇ ଲୋକମାନଙ୍କ ଅନେକ ଆଶା ରହିଛି । ବ୍ୟକ୍ତିଗତ ଆୟକରରେ ରିହାତି ମିଳିପାରେ ବୋଲି ମଧ୍ୟବିତ୍ତ ବର୍ଗ ଓ ବେତନଭୋଗୀମାନଙ୍କର ଆଶା ରହିଛି । ମହାମାରୀ ସମୟରେ ଅନେକ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥିବାରୁ ଏହି ବଜେଟ ଆର୍ଥିକ ସ୍ଥିତିକୁ ସୁଦୃଢ କରାଯିବ ଭଳି କିଛି ନିଷ୍ପତି ନିଆଯାଇଥିବ ବୋଲି ସମସ୍ତଙ୍କ ଆଶା ରହିଛି ।