ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି କ୍ୟାବିନେଟ ବୈଠକରେ ବଜେଟ ଉପସ୍ଥାପନକୁ ମଞ୍ଜୁରୀ ଦେବା ପରେ ଆରମ୍ଭ ହୋଇଯାଇଛି ଗୁରୁତ୍ଵପୂର୍ଣ୍ଣ ବଜେଟ ଉପସ୍ଥାପନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହାତରେ ପାରମ୍ପରିକ ଖାତା ବହି ପରିବର୍ତ୍ତେ ଟାବଲେଟ ଧରି ବଜେଟ ଭାଷଣ ପଢି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ବିନା କାଗଜରେ ଅର୍ଥାତ୍ ପେପରଲେସ ଉପାୟରେ ବଜେଟ ଉପସ୍ଥାପନ ହେବ ।
ଭାଷଣର ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ଦେଶ କରୋନା ମହାମାରୀ କାରଣରୁ ଅନେକ ସଙ୍କଟ ମଧ୍ୟରେ ଗତି କରିଛି । ସେ ଆଉ ମଧ୍ୟ କହିଛନ୍ତି ଯେ ମୋଦି ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ ଭଳି ଅନେକ ଯୋଜନା କରୋନା କାଳ ମଧ୍ୟରେ ଦେଶରେ କାର୍ଯ୍ୟକାରୀ କରାଯାଇଛି ଯାହା ଫଳରେ ଦେଶର ଅର୍ଥନୈତିକ ବ୍ୟବସ୍ଥା ଆଗକୁ ବଢିପାରିବ । ଆତ୍ମନିର୍ଭର ଭାରତ ପ୍ୟାକେଜରେ ପ୍ରାୟ ୨୭.୧ ଲକ୍ଷ କୋଟି ଟଙ୍କାର ସାହାଯ୍ୟ କରାଯାଇଥିଲା । ଏହା ସବୁ ପାଞ୍ଚ ମିନି ବଜେଟର ସମାନ ଥିଲେ ।
ଅନ୍ୟପଟେ କଂଗ୍ରେସ ସାଂସଦ କଳା କୁର୍ତ୍ତା ପିନ୍ଧି ଏହି ବଜେଟକୁ ବିରୋଧ କରୁଛନ୍ତି । ପୂର୍ବରୁ ରାଷ୍ଟ୍ରପତି ଅଭିଭାଷଣକୁ ମଧ୍ୟ କଂଗ୍ରେସ ବହିଷ୍କାର କରିଥିଲା ।