ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦ୍ୟୋଗୀକି ମନ୍ତ୍ରାଳୟ ଆଜି ୨୫୦ଟି ଟ୍ଵିଟର ଆକାଉଣ୍ଟକୁ ସସ୍ପେଣ୍ଟ କରିଛନ୍ତି । ମିଥ୍ୟା ତଥ୍ୟ ପ୍ରଘଟ କରିବା ଓ ହିଂସାକୁ ଉସ୍କେଇବା ଅପରାଧରେ ଏହି ଆକାଉଣ୍ଟ ଗୁ଼ଡିକ ବନ୍ଦ କରାଯାଇଛି । କୃଷକ ଆନ୍ଦୋଳନ କୁ ନେଇ #ModiPlanningFarmerGenocide ନାମରେ ଏକ ହାସ୍ଟାଗ୍ ଆରମ୍ଭ କରାଯାଇଥିଲା ।ଏହି ହାସ୍ଟାଗ୍ର ଅର୍ଥ ଥିଲା ମୋଦି ସରକାର କୃଷକମାନଙ୍କ ଜନସଂହାରର ପ୍ରସ୍ତୁତି କରୁଛନ୍ତି ।
ଗୃହ ମନ୍ତ୍ରାଳୟ ଓ ସୁରକ୍ଷା ଏଜେନ୍ସି ମାନଙ୍କ ଅନୁରୋଧ କ୍ରମେ ଏହି ଆକାଉଣ୍ଟକୁ ବନ୍ଦ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହି ଆକାଉଣ୍ଟ ଗୁଡିକରେ ୩୦ ଜାନୁଆରୀରେ ଭୁଲ ଓ ହିଂସାକୁ ଉସ୍କାଇବା ପରି ଟ୍ଵିଟ୍ କରାଯାଉଥିଲା ।ଏହି ବନ୍ଦ ହୋଇଥିବା ଆକାଉଣ୍ଟ ମଧ୍ୟରେ କିସାନ ଏକତା ମୋର୍ଚ୍ଚା, ମାସିକ ଗୋୟଲ, ଟ୍ରାକ୍ଟର ୨ ଟ୍ଵିଟର (Tractor2 twitr) ଓ jatt_junction ଭଳି ଆକାଉଣ୍ଟ ରହିଛି । ଆଇଟି ମନ୍ତ୍ରାଳୟ ଏହି ଆକାଉଣ୍ଟ ଗୁଡିକୁ ଆଇଟି ଆକ୍ଟ ର ଧାରା 69A ଅନୁସାରେ ବନ୍ଦ କରିଛନ୍ତି ।