ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପପୁଲାର ମେସେଜିଂ ଆପ୍ ହାଟସଆପ୍ ର ନୂଆ ପ୍ରାଇଭେସି ପଲିସି ପରେ ସତେ ଯେମିତି ବ୍ୟବହାରୀଙ୍କ ଭରସା ତୁଟିଗଲାଣି । କାରଣ ହ୍ୱାଟସଆପର ସଫେଇ ପରେ ବି ଏହାର ଗ୍ରାହକ ବିଶେଷ କରି ନୂଆ ମେସେଜିଂ ଆପ୍ ଟେଲିଗ୍ରାମ ଓ ସିଗନାଲ ପ୍ରତି ବେଶି ଆକୃଷ୍ଟ ହେବାରେ ଲାଗିଛନ୍ତି । ସେପଟେ ଏହି ଦୁଇଟି ଆପ୍ ଏବେ ନିଜକୁ ପ୍ରଭାବଶାଳୀ କରିବାକୁ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣିବାର ବ୍ୟସ୍ତ । ଯାହା ଫଳରେ ଏହି ଦୁଇଟି ଆପ୍ ନିଜକୁ ସର୍ବଶ୍ରେଷ୍ଠ ସହ ଭରସାଯୋଗ୍ୟ କରିବାକୁ ଅଣ୍ଟା ଭିଡି଼ଛନ୍ତି ।
ଏହାରି ଭିତରେ ସିଗନାଲ (ଆପ୍ ନିଜ ଫିଚରକୁ ଉତ୍ତମ ସାବ୍ୟସ୍ତ କରିବା ପାଇଁ ଜୋରସୋରରେ ଲାଗିପଡି଼ଛି। ଅଧିକରୁ ଅଧିକ ଯୁଜର୍ସଙ୍କୁ ଆକର୍ଷିତ କରିବାକୁ ନୂଆ ନୂଆ ଫିଚର ଅଣାଯାଉଛି । ଏହି କ୍ରମରେ ସିଗନାଲ ହ୍ୱାଟସଆପ ପରି ଅତ୍ୟାଧୁନିକ ଫିଚର ଲଞ୍ଚ କରିବାରେ ଲାଗିଛି । ସେହିପରି ଆଣ୍ଡ୍ରଏଡ ଓ ios ଆପରେ ଚାଟ ୱାଲପେପର ଯୋଡ଼ିଛି ସିଗନାଲ । ସେମିତି ସିଗନାଲ ଆପ୍ ର କମ ଡାଟା ବ୍ୟବହାର କରିବା ପାଇଁ ଏକ ସେଟିଂ ମଧ୍ୟ କରାଯାଇଛି ।
ସିଗନାଲ ଆପ୍ ୟୁଜର୍ସ ଏବେ ଆଣ୍ଡ୍ରଏଡ ଓ ios ଆପରେ ଚାଟ ୱାଲପେପର୍ସ କୁ ପରିବର୍ତ୍ତନ କରିପାରିବେ । ଏହାବାଦ ୟୁଜର୍ସକୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର କଲର ବ୍ୟାଗ୍ରାଉଣ୍ଡ ରଖିଛି ସିଗନାଲ ଆପ୍ । ଏହାଦ୍ୱାରା ୟୁଜର୍ସ ପ୍ରତିଟି ଚାଟରେ ଅଲଗା ଅଲଗା ବ୍ୟାଗ୍ରାଉଣ୍ଡ ସେଟିଂ କରିପାରିବେ । ତେବେ ସେଟିଂ କରିବାକୁ ହେଲେ Appearance ବିକଳ୍ପରେ କ୍ଲିକ କରିବାକୁ ପଡ଼ିବ। ଏହାପରେ ଚାଟ ୱାଲପେପର ଉପରେ କ୍ଲିକ କରିବାକୁ ହେବ।
ସେପଟେ ହ୍ୱାଟସଆପର ବିକଳ୍ପ କୁ ବି କପି କରିଛି ସିଗନାଲ । ଆପରେ ଏବେ କଷ୍ଟମ About option କୁ ଯୋଡ଼ା ଯାଇଛି । ଯାହା ୟୁଜର୍ସଙ୍କୁ ନିଜର କଣ୍ଟାକ୍ଟ ଓ ଷ୍ଟାଟସ ପକାଇବାକୁ ଅପସନ ଦେଇଥାଏ ତାହା ସିଗନାଲ ଆପର ସେଟିଂ ମେନ୍ୟୁରେ ଯାଇ ଏହାକୁ Fix କରିବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ ସିଗନାଲ ଆପ ନିଜ ଆପରେ ଲୋ ଡାଟା ମୋଡ ବି ଯୋଡ଼ି ଦେଇଛି ଯାହାଫଳରେ ୟୁଜର୍ସ ବହୁତ ଲାଭବାନ ମଧ୍ୟ ହେବେ ।