ସନଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଲୋକାର୍ପିତ ହେଲା ସ୍ମାର୍ଟ କ୍ଳାସରୁମ୍ । ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନରେ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା କରିଛନ୍ତି ।ଗତକାଲି ଗଞ୍ଜାମ ଜିଲ୍ଲାରେ ଏହି ସ୍ମାର୍ଟ କ୍ଳାସରୁମ୍ର ଲୋକାର୍ପଣ କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର କାଳିପଲ୍ଲୀ ପଞ୍ଚାୟତରେ ସ୍ମାର୍ଟ କ୍ଳାସରୁମ୍ର ଶୁଭାରମ୍ଭ ହେବା ସହିତ ଛତ୍ରପୁର ବ୍ଳକର ୧୮ଟି ବିଦ୍ୟାଳୟରେ ମଧ୍ୟ ସ୍ମାର୍ଟ କ୍ଳାସରୁମ୍ ଆରମ୍ଭ ହୋଇଛି । ତେବେ ଏହି ଉଦଘାଟନ ସମ୍ମିଳନୀରେ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗି ପ୍ରମୁଖ ଯୋଗ ଦେଇଥିଲେ ।
ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ସ୍ମାର୍ଟ କ୍ଲାସ ରୁମ । ଛାତ୍ରଛାତ୍ରୀ ମାନେ ପୂର୍ବରୁ ଯେଉଁ ବିଷୟରେ ଭଲ ନମ୍ବର ରଖିପାରୁନଥିଲେ, ସେହି ବିଷୟରେ କିଭଳି ଭଲ ନମ୍ବର ରଖିବେ ସେଥିରେ ଏହି ସ୍ମାର୍ଟ କ୍ଳାସରୁମ୍ ସାହାଯ୍ୟ କରିପାରିବ । ଅଧ୍ୟୟନର ଅସୁବିଧାକୁ ଦୁର କରି ଶିକ୍ଷାଦାନ ସମ୍ବନ୍ଧରେ ସ୍ମାର୍ଟ କ୍ଲାସ ରୁମ ବିଦ୍ୟାର୍ଥୀଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।