ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ‘ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦’ରେ ସର୍ଭେରେ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଶା ପୁଲିସ ତୃତୀୟ ସ୍ଥାନରେ ରହିବା ପରେ ଏବେ ଆକ୍ସନ ମୁଡରେ ଓଡିଶା ପୋଲିସ |ଗତ କିଛି ମାସ ହେବ କଟକ ଓ ଭୁବନେଶ୍ବରରେ ଲଗାତର ଭାବେ ନକଲି ଖାଦ୍ୟ ସାମଗ୍ରୀର କାରଖାନା ଜବତ ହେବାରେ ଲାଗିଛି |ମସଲା ଠାରୁ ଆରମ୍ଭ କରି ଚା ପତି, ଘିଅ, ସସ୍, ଆଚାର, ତେଲ, ପାଣି, କୋଲ୍ଡ ଡ୍ରିଙ୍କସ୍ ଆଦି ଅନେକ ସାମଗ୍ରୀ କଟକ ଓ ଭୁବନେଶ୍ବରରୁ ଜବତ ହେବାରେ ଲାଗିଛି |ଗତ 5 ମାସ ହେବ କଟକରୁ ପ୍ରାୟ 25 ଟି ନକଲି ଖାଦ୍ୟ କାରଖାନା ମାମଲା ରୁଜୁ ସେଗୁଡିକ ବନ୍ଦ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଓଡିଶା ପୋଲିସ | ଏଥିସହ 25 ରୁ ଅଧିକ ଜଣଙ୍କୁ ଏହି କେସରେ ଗିରଫ ମଧ୍ୟ କରାଯାଇଛି |
ତେବେ ଏହି ସବୁକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ନିଜ ଟ୍ବିଟରେ ସେହି ନକଲି ରାକେଟକୁ କଡା ଚେତାବନୀ ଦେଇଛନ୍ତି ଏହି ଜଲଦି ଏମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି |
During last 5 months, 25 food adulteration cases have been registered in UPD Cuttack, more than 25 persons arrested and large quantities of adulterated ghee, spices, sauces, pickles, etc. seized.
Adulterers! Beware! We are watching you and coming after you. pic.twitter.com/WoKhR17eH2
— Odisha Police (@odisha_police) January 30, 2021