ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବଦଳିଲା ଲୋକପ୍ରିୟ ଇ-କମର୍ସ ସାଇଟ୍ Myntraର ଲୋଗୋ। ମୁମ୍ବାଇର ଜଣେ ମହିଳା କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରିବା ପରେ ଲୋଗୋ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ମହିଳାମାନଙ୍କ ପାଇଁ ଲୋଗୋ ଆପତ୍ତିଜନକ ଓ ଏହା ସେମାନଙ୍କ ସମ୍ୱେଦନଶୀଳ ଅଙ୍ଗକୁ ଦର୍ଶାଉଥିବା ଅଭିଯୋଗ କରାଯାଇଛି।
ବଦଳିଲା Myntraର ଲୋଗୋ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟସୂଚନାନୁସାରେ ଗତବର୍ଷ ଡିସେମ୍ବରରେ Avesta Foundation ନାମକ NGOର ନାଜ ପଟେଲ Myntraର ଲୋଗୋକୁ ନେଇ ଆପତ୍ତି ଉଠାଇଥିଲେ। ଏନେଇ ସେ ଥାନାରେ ଏତଲା ମଧ୍ୟ ଦେଇଥିଲେ। କମ୍ପାନୀର ଲୋଗୋରେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗ ପ୍ରଦର୍ଶନ କରାଯାଉଥିବା ସେ ଦାବି କରିବା ସହ ତାହାକୁ ଶୀଘ୍ର ହଟାଇବା କିମ୍ବା ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ।
ମୁମ୍ବାଇର ଜଣେ ମହିଳା କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରିବା ପରେ ଲୋଗୋ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ମହିଳାମାନଙ୍କ ପାଇଁ ଲୋଗୋ ଆପତ୍ତିଜନକ ଓ ଏହା ସେମାନଙ୍କ ସମ୍ୱେଦନଶୀଳ ଅଙ୍ଗକୁ ଦର୍ଶାଉଥିବା ଅଭିଯୋଗ କରାଯାଇଛି।
ନୂଆଦିଲ୍ଲୀ: ବଦଳିଲା ଲୋକପ୍ରିୟ ଇ-କମର୍ସ ସାଇଟ୍ Myntraର ଲୋଗୋ। ମୁମ୍ବାଇର ଜଣେ ମହିଳା କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରିବା ପରେ ଲୋଗୋ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ମହିଳାମାନଙ୍କ ପାଇଁ ଲୋଗୋ ଆପତ୍ତିଜନକ ଓ ଏହା ସେମାନଙ୍କ ସମ୍ୱେଦନଶୀଳ ଅଙ୍ଗକୁ ଦର୍ଶାଉଥିବା ଅଭିଯୋଗ କରାଯାଇଛି।
ତେବେ Mumbai Cyber Crime Department ନାଜଙ୍କ ଅଭିଯୋଗକୁ ଗୁରୁତର ସହ ନେଇ Myntraକୁ ଏହି ପ୍ରସଙ୍ଗରେ ଏକ ମେଲ୍ ପଠଇଥିଲା। ପରେ କମ୍ପାନୀ ଅଧିକାରୀ ଓ ପୋଲିସର ଆଲୋଚନା ହୋଇଥିଲା। Myntra କୌଣସି ବିବଦରେ ନପଶି ଲୋଗରେ ପରିବର୍ତ୍ତନ ଆଣିବାକୁ ସହମତି ଦେଇଛି। ଉଭୟ ପ୍ୟାକେଜିଂ ଓ ୱେବସାଇଟରେ ଲୋଗୋ ପରିବର୍ତ୍ତନ ହୋଇଛି। କମ୍ପାନୀର ସୋସିଆଲ ସାଇଟରେ ବି ନୂଆ ଲୋଗୋର ବ୍ୟବହାର କରାଯାଇଛି।
Myntra ହେଉଛି ଭାରତର ପୋଷାକ ଏବଂ ଆସେସୋରିଜର ଅନ୍ୟତମ ସର୍ବବୃହତ ଅନଲାଇନ୍ ଷ୍ଟୋର। ବିଗତ ବର୍ଷ ତୁଳନାରେ Myntraର ଶୀତକାଳୀନ ଟ୍ରାଫିକ ୫୧ ପ୍ରତିଶତ ବୃଦ୍ଧି ପାଇଛି। Flipkart ଅଧିକୃତ ଏହି କମ୍ପାନୀ ଗତ ଡିସେମ୍ବର ୨୦ରୁ ୨୪ ତାରିଖ ମଧ୍ୟରେ ୧.୧ କୋଟି ଟଙ୍କାର ବ୍ୟବସାୟ କରିଥିଲା। ବିଭିନ୍ନ ସମୟ ଆକର୍ଷଣୀୟ ଓଫର ଦେଉଥିବାକୁ Myntra ମହିଳାଙ୍କ ଠାରେ ବେଶ ଆଦୃତ ହୋଇପାରିଛି।
ସେପଟେ ସୋସିଆଲ ମିଡିଆରେ MyntraLogo ଟ୍ରେଣ୍ଟ କରୁଛି। ଲୋକେ Myntra ଲୋଗୋ ଉପରେ ଆପତ୍ତି ଜଣାଇଥିବା ମହିଳାଙ୍କୁ ମିମସ୍ ସେୟାର କରି ଟ୍ରୋଲ କରୁଛନ୍ତି। ସେମାନେ ଏଥିପାଇଁ ବିଭିନ୍ନ କମ୍ପାନୀର ଲୋଗକୁ ବ୍ୟବହାର କରିଛନ୍ତି। ଏଥିରେ TESLA ଭଳି ବିଶ୍ୱର ଅଗ୍ରଣୀ କମ୍ପାନୀ ଅଛି। ଏପରି କି କିଛି ୟୁଜର୍ସ ସର୍ବ ଶିକ୍ଷା ଅଭିଯାନର ଲୋଗୋକୁ ବି ହଟାଇବା ପାଇଁ ଦାବି କରିବାକୁ ସମ୍ପୃକ୍ତ ମହିଳାଙ୍କୁ କହିଛନ୍ତି।