ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଉତ୍କଳ ବିଶ୍ଵବିଦ୍ୟାଳୟର ପୁର୍ବତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆୟୋଜିତ ହୋଇଛି ‘ପ୍ଲାଷ୍ଟିକ ମୁକ୍ତ ବାଣୀବିହାର’ ଅଭିଯାନ । ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକି ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ ତଥା ପରିବେଶକୁ ସ୍ଵଚ୍ଛ ଓ ନିର୍ମଳ ରଖିବାକୁ ଏହି ଅଭିନବ ପ୍ରୟାସ କରିଛନ୍ତି ବାଣୀବିହାରର ପୂର୍ବତନ ଛାତ୍ରଛାତ୍ରୀ ।
ବିଶ୍ଵବିଦ୍ୟାଳୟର ଅହିଂସା ସ୍ଥଳ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ଆଲୁମିନି ଆସୋସିଏସନ୍ ସଭାପତି ଶ୍ରୀ ବି.କେ ପଟ୍ଟନାୟକ । ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ଏହି ସଫେଇ କାର୍ଯ୍ୟ ହୋଇଥିଲା ।ତେବେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ଅଶୋକ ଦାସ, ବସନ୍ତ କୁମାର ମଲ୍ଲିକ, ଅଭୟ କୁମାର ନାୟକ, ତନ୍ମୟ ସ୍ଵାଇଁ, ଦିଲ୍ଲୀପ ବିଶୋୟୀ, ରାଜେଶ ରାଜ ସ୍ବାଇଁ,ଅରୁପ ଶ୍ରୀଚନ୍ଦନ, ମନୋରଞ୍ଜନ ସ୍ବାଇଁ,ବିଏମ୍ସି କର୍ତ୍ତୃପକ୍ଷ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।