ସନ୍ଷ୍ଟାର ଟିଭି ବ୍ୟୁରୋ
ବାଲିଗୁଡ଼ା: କିଛି ଦିନ ହେବ ମାଓବାଦୀଙ୍କ ଆତଙ୍କ କିଛି ମାତ୍ରାରେ କମିଥିବା ବେଳେ ଗତକାଲି ବିଳମ୍ଵିତ ରାତିରେ ପୁଣି ସେମାନଙ୍କ ଉନ୍ନତ୍ତ କାଣ୍ଡ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଛନ୍ତି । ଘରୁ ଡାକିଆଣି ଦୁଇ ଜଣ ବ୍ୟକ୍ତିଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ୍ ଇନଫର୍ମର ସନ୍ଦେହରେ ଏହି ହତ୍ୟା କରାଯାଇଥିବା ସୂଚନା ମିଳିଛି ।ତେବେ ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର ମିଳିଛି । ସେଥିରେ ପୋଲିସ ଇନ୍ଫର୍ମରମାନଙ୍କୁ ଜନ ଅଦାଲତରେ ସରେଣ୍ଡର କରିବାକୁ ଚେତାବନୀ ଦିଆଯାଇଛି ।