ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ :ନିଜର ଉତ୍ତମ ନ୍ୟାୟିକ ବ୍ୟବସ୍ଥା ପାଇଁ ଓଡ଼ିଶା ପୁଲିସକୁ ମିଳିଛି ଏକ ବଡ଼ସଫଳତା । ଦେଶର ୧୮ଟି ବୃହତ୍ତ ଓ ମଧ୍ୟମ ରାଜ୍ୟ, ବିଭିନ୍ନ ଛୋଟ ରାଜ୍ୟକୁ ନେଇ ହୋଇଥିବା ‘ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦’ରେ ସର୍ଭେରେ ପୁଲିସ ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଶା ପୁଲିସ ତୃତୀୟ ସ୍ଥାନ ହାସଲ କରିପାରିଛନ୍ତି । ଟାଟା ଟ୍ରଷ୍ଟ ଓ ତାର ଅନ୍ୟ ସହଯୋଗୀ ଅନୁଷ୍ଠାନ ପକ୍ଷରୁ ଏହି ସର୍ଭେ କରାଯାଇଥିଲା ।
ଏହି ରିପୋର୍ଟରେ କର୍ଣ୍ଣାଟକ ପୋଲିସ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଛତିଶଗଡ଼ ପୋଲିସ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ସମୁଦାୟ ୧୦ ନମ୍ବରରୁ ଓଡ଼ିଶା ୫.୫୯ ପ୍ରତିଶତ ନମ୍ବର ରଖିଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିବା କର୍ଣ୍ଣାଟକ ୫.୭୧, ଛତିଶଗଡ ୫.୬୩ ପ୍ରତିଶତ ନମ୍ବର ପାଇଛି । ଦୁଇ ବର୍ଷ ଧରି କରାଯାଉଥିବା ଇଣ୍ଡିଆ ଜଷ୍ଟିସ ରିପୋର୍ଟରେ ଦ୍ବିତୀୟ ସଂସ୍କରଣରେ ଓଡ଼ିଶାକୁ ଏହି ସଫଳତା ମିଳିଛି ।
ପୂର୍ବ ବର୍ଷ ୭ ନମ୍ବର ରାଙ୍କରେ ଥିବା ବେଳେ ଚଳିତ ବର୍ଷ ୩ ନମ୍ଵରକୁ ଆସି ପାରିଛି ଓଡିଶା ପୋଲିସ । ତବେ ପୁଲିସ ଡିଜି ଅଭୟ ଏ ନେଇ ସୂଚନା ଦେବା ସହିତ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ।
We’ve moved 4 notches up from 7th to 3rd position. While humbly acknowledging the recognition, we resolve to move further up the ladder in times to come through fair, just and prompt service to the people of Odisha. https://t.co/I0CwTfYwNN
— Odisha Police (@odisha_police) January 29, 2021
Very happy to note that Odisha Has been ranked third in Policing among 18 Large and mid sized states ranked by prestigious “India Justice Report 2020” pic.twitter.com/9mzVdNgKc7
— DGP, Odisha (@DGPOdisha) January 29, 2021