ସନ୍ଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ପ୍ରେମିକାକୁ ଭେଟିବା ପଡ଼ିଲା ଯୁବକଙ୍କ ପାଇଁ ମହଙ୍ଗା । ବାବା ବେଶରେ ପ୍ରେମିକା ସହ ଦେଖାକରିବାକୁ ଆସିଥିବାବେଳେ ହଟହଟାର ଶିକାର ହେଲେ ପ୍ରେମିକ । ଏଭଳି ଘଟଣା ଘଟିଛି ଯାଜପୁର ରୋଡ୍ ଫେରୋକ୍ରୋମ ଗେଟ୍ କଲୋନୀରେ । ସୂଚନା ଅନୁସାରେ ପ୍ରେମିକାର ବିବାହ ଅନ୍ୟ କେଉଁଠି ଠିକ୍ ହୋଇଥିବାରୁ ଯୁବକ ଜଣକ ବାବା ବେଶ ଧାରଣ କରି ଆସିଥିଲେ ।
ଖାଲି ଏତିକି ନୁହେଁ ପ୍ରେମିକା ମାଆଙ୍କ ହାତ ଦେଖି ବିବାହ ଠିକ୍ ହୋଇଥିବା ସ୍ଥାନରେ ନକରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ନିଜ ଝିଅ ଯେଉଁ ପୁଅକୁ ଭଲ ପାଉଛି, ସେଠି ତାର ବିବାହ କରିବାକୁ ଯୁବକ କହିଲେ । ଏମିତି ବାବା ବେଶରେ ନାନା ପ୍ରକାର କଥାରେ ପ୍ରବର୍ତ୍ତାଇବାରୁ ଯୁବତୀଙ୍କ ପରିବାର ଲୋକ ଜାଣିପାରିଥିଲେ । ପରେ ଉକ୍ତ ବାବା ବେଶଧାରୀ ପ୍ରେମିକକୁ ପିଲାଚୋର ଭାବି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ମାରି ପୋଲିସ ଜମା ଦେଇଛନ୍ତି ।
ପୋଲିସ ଯୁବକ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଯୁକ୍ତ ଦୁଇ କଲେଜ ଛାତ୍ର ବୋଲି ଜଣାପଡ଼ିଛି । ପ୍ରେମକୁ ଯୁବତୀଙ୍କ ପରିବାର ସ୍ୱୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଇଥିବା ଯୁବକ ଜଣଙ୍କ କହିଛି ।