ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଫେବୃଆରୀ ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଫେବ୍ରୁଆରୀ ଗାଇଡଲାଇନ୍ । ପୂର୍ବ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣି ସରକାର ଫେବ୍ରୁଆରୀ ୨୮ ଯାଏଁ ଏହି ଗାଇଡଲାଇନ୍କୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଏହି ଗାଇଡଲାଇନରେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା କଥା ଉଲ୍ଲେଖ ରହିଛି । କରୋନା କଟକଣାକୁ ପାଳନ କରି ଫେବୃଆରୀ ୧ରୁ ଖୋଲିବ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି ।
ପ୍ରାଥମିକ ସ୍କୁଲ ଖୋଲାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସ୍କୁଲ ଖୋଲିବା ପୂର୍ବରୁ ଏସଓପି ଜାରି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆବଶ୍ୟକ ସ୍ଥଳେ ଅର୍ଥାତ ଯେଉଁଠି ଜରୁରୀ ଥିବ ସେଠାରେ କଟକଣା ଲଗାଯାଇ ପାରିବ ବୋଲି ସ୍ପଷ୍ଟ କରାଯାଇଛି ।
ତେବେ ଜାଣନ୍ତୁ କଣ ରହିଛି ଫେବୃଆରୀ ଗାଇଡଲାଇନ
- ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଅର୍ଥାତ୍ ବିବାହ ଓ ଶେଷକୃତ୍ୟ କାର୍ଯ୍ୟରେ ୫ଶହ ଲୋକଙ୍କୁ ଅନୁମତି
- ଖୋଲା ଜାଗାରେ ପଡ଼ିଆର ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
- ସମାବେଶରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ଜରୁରୀ
- ଏସଓପି ମାନି ଖୋଲା ଯାଇପାରିବ ସିନେମା ହଲ୍ ଓ ଥିଏଟର
- ଫେବ୍ରୁଆରୀ ୧ରୁ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
- ପ୍ରାଥମିକ ସ୍କୁଲ ଖୋଲିବାକୁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ
- ଏସ୍ଓପି ପ୍ରସ୍ତୁତି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ
- ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡବିଧାନ
- କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ
- ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ