ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ବଢ଼ିଲା ସରକାରୀ ମେଡିକାଲ କଲେଜ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ।ପୂର୍ବରୁ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ୨୦ ହଜାର ଥିବାବେଳେ ଏବେ ତାହା ୨୮ ହଜାରକୁ ବୃଦ୍ଧି କରାଯାଇଛି । ୨୦୨୧ର ପ୍ରଥମ ମାସରୁ ଏହି ଦରମା ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି । ତେବେ ଏହି ଷ୍ଟାଇପେଣ୍ଡ୍ ଆଗାମୀ ୩ ବର୍ଷ ପାଇଁ ଲାଗୁ କରାଯିବ ବୋଲି ଚିଠିରେ ଉଲ୍ଲେଖ ହୋଇଛି ।
ଷ୍ଟାଇପେଣ୍ଡ୍ ବୃଦ୍ଧି କରିବା ନେଇ ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ ହାଉସ୍ ସର୍ଜନ । ଏବେ ଷ୍ଟାଇପେଣ୍ଡ ବଢ଼ିଥିବାରୁ ହାଉସ୍ ସର୍ଜନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।