ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଲୁଥିବା ଚାଷୀ ଆନ୍ଦୋଳନ ଆଜି ପୁଣି ସଂଘର୍ଷର ରୂପ ନେଇଛି । ଦିଲ୍ଲୀର ସିଙ୍ଘୁ ସୀମାରେଖାରେ ଆଜି ଆନ୍ଦୋଳନକାରୀ ଓ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖାଯାଇଛି । ଦୁଇ ଜଣଙ୍କ ମଧ୍ୟରେ ପଥରରେ ମାଡ ମଧ୍ୟ କରାଯାଇଛି ।
ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଆଜି ସକାଳରୁ ହିଁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଆନ୍ଦୋଳନ ପ୍ରଦର୍ଶନ କରୁଥିଲେ ଏବଂ ରାଜରାସ୍ତାରୁ ହଟିବାକୁ କହିଥିଲେ । ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା ।ତେବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ରୋକିବାକୁ ପୋଲିସ ଲାଠି ଚାର୍ଜ ମଧ୍ୟ କରିଥିଲେ । ଏହି ହିଂସାକାଣ୍ଡ ସମୟରେ ଆଲିପୁର ଠାରେ ଏସ୍ଏଚ୍ଓଙ୍କୁ ଜଣେ ପ୍ରଦର୍ଶନକାରୀ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲା ।ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓ ପୋଲିସ କର୍ମଚାରୀ ସେହି ଆକ୍ରମଣକାରୀକୁ ଗିରଫ କରିଥିଲା । ଏହି ସମୟରେ ପୁଲିସ କର୍ମଚାରୀ ଓ ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି ।