ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭାରତ ଓ ଚୀନ ମଧ୍ୟରେ ବିବାଦ ପରେ ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲେ ଭାରତ ସରକାର । ଏହି ଡିଜିଟାଲ ଷ୍ଟ୍ରାଇକ୍ରେ ସର୍ଟ ଭିଡିଓ ଆପ୍ ଟିକଟକ୍ ର ବ୍ୟାନ କରାଯାଇଥିଲା ।ତେବେ ଏହାର ବିକଳ୍ପ ପାଇଁ ଭାରତ ସରକାର ସ୍ଵଦେଶୀ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଟିକଟକ୍ର ବିକଳ୍ପ ପାଇଁ ଓଡିଆ ପୁଅ ବିକଶିତ କରିଛନ୍ତି ସର୍ଟ ଭିଡିଓ ଆପ୍ ‘ଆଲାପ୍’ ।
ସ୍ବଦେଶୀ ଜ୍ଞାନ କୌଶଳ ଓ ଭାରତୀୟ ପ୍ରଯୁକ୍ତି ବିଦ୍ୟାରେ ବିକଶିତ ହୋଇଥିବା ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର୍ରେ ଲୋକପ୍ରିୟ ଆପ୍ ହୋଇସାରିଲାଣି । ଏହି ମୋବାଇଲ ଆପର ହାଇ ସିକ୍ୟୁରିଟି ପଲିସି , ଅନ୍ୟ ଆପ ତୁଳନା ରେ ଜବରଦସ୍ତ ଫିଚର୍ , ଚାଟିଙ୍ଗ ଅପସନ୍ ଓ ଆକର୍ଷଣୀୟ ଇଣ୍ଟରଫେସ ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ‘ଆଲାପ୍’ ର ସି.ଇ.ଓ ଲୋକନାଥ ରେଡ୍ଡୀ । ‘ଆଲାପ୍’ର ଟେକ୍ନିକାଲ୍ ଟିମ୍ ରେ ଅଧିକାଂଶ ଓଡ଼ିଆ ପିଲା ଅଛନ୍ତି ଯାହା ଆଉ ଏକ ଗୌରବ ର କଥା । ତେବେ ଦେଖିବା ବାକି ରହିଲା ‘ଆଲାପ୍’ ଆଗାମୀ ଦିନରେ ଉଭୟ କ୍ରିଏଟର ଓ ୟୁଜର୍ସ ଙ୍କୁ କେତେ ଆକର୍ଷିତ କରିପାରୁଛି ।
ତେବେ ଏହି ମେଡ ଇନ୍ ଇଣ୍ଡିଆ ଆପ୍ର ବର୍ତ୍ତମାନ ସୁଦ୍ଧା ରେଟିଙ୍ଗ ପଏଣ୍ଟ ୪.୬ ରହିଥିବା ୧୦ ହଜାରରୁ ଅଧିକ ଲୋକ ଏହାକୁ ଡାଉନ୍ଲୋଡ କରିସାରିଲେଣି ।