ସନ୍ଷ୍ଟାର ଟିିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀ ପାଇଁ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିବା ପ୍ଲାନେଟୋରିୟମ ଆସନ୍ତା ଫେବୃଆରୀ ୨ ତାରିଖରୁ ଖୋଲିବାକୁ ଯାଉଛି । ବୁର୍ଲା, ଖଣ୍ଡପଡା ଓ ଭୁବନେଶ୍ଵରର ପଠାଣି ସାମନ୍ତ ପ୍ଲାନେଟୋରିୟମ ଖୋଲାଯିବ । ତେବେ କରୋନାର ନିୟମକୁ ପାଳନ କରାଯାଇ ପ୍ଲାନେଟୋରିୟମ ଖୋଲାଯିବ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।
ତେବେ ସୋମବାର ଦିନ ବ୍ୟତୀତ ଅନ୍ୟ ସମସ୍ତ ଦିନ ଖୋଲା ରହିବ ପ୍ଲାନେଟୋରିୟମ । ତେବେ ସୋ କୁ ଦେଖିବା ପାଇଁ ଥରକେ ୫୦ ଜଣ ଦର୍ଶକଙ୍କୁ ଅନୁମତି ଦିଆଯିବ ।