ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କରୋନା ଟିକା ବାହାରିବା ପୂର୍ବରୁ କରୋନା ବିରୁଦ୍ଧରେ ଲଢେଇର ଅସ୍ତ୍ର ସାଜିଥିଲା ପ୍ଲାଜମା ଥେରାପି । ଓଡିଶାରେ ମଧ୍ୟ ଲୋକମାନେ ସ୍ଵେଚ୍ଛାକୃତ ଭାବେ ପ୍ଲାଜମା ଦେବାକୁ ରାଜି ହୋଇଥିଲେ । ତେବେ କଟକ ଏସ୍ସିବି ପ୍ଲାଜମା ବ୍ୟାଙ୍କ ୧ ହଜାର ପ୍ଲାଜମାଫେରେସିସ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛି । ଏହି ଅବସରରେ କଟକ SCB ପ୍ଲାଜମା ବ୍ୟାଙ୍କ ଟିମକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହିତ ଆଉ ମଧ୍ୟ ଲେଖିଛନ୍ତି ଯେ କରୋନାରେ ସଂକ୍ରମିତ ଅନେକ ଗୁରୁତର ରୋଗୀଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳ ହୋଇଛି ପ୍ଲାଜମା ଥେରାପି ।
ତେବେ ରାଜ୍ୟରେ ଯେତେବେ କରୋନା ଉପର ମୁଣ୍ଡରେ ଥିଲା ସେତେବଳେ କରୋନା ପାଇଁ ସଞ୍ଜୀବନୀ ପାଲଟିଥିଲା ପ୍ଲାଜମା । କରୋନା ପ୍ରତିହତ ପାଇଁ କୌଣସି ଟିକା ବାହାରି ନଥିବା ବେଳେ ଆଶା ଦେଇଥିଲା ପ୍ଲାଜମା । ସେହି ସମୟରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିଥିଲେ ସାଧାରଣର ଲୋକେ ।
Congratulate #PlasmaBank team of @SCBMCHCTC on achieving the milestone of completing more than 1000 Plasmapheresis Procedures. Plasma Therapy has greatly strengthened #Odisha‘s fight against #COVID19 and helped in saving lives of many serious patients. #OdishaFightsCorona pic.twitter.com/igiIuRzTyl
— Naveen Patnaik (@Naveen_Odisha) January 29, 2021