ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ‘ମୋ ସ୍କୁଲ’ ଅଭିଯାନରେ ଆରମ୍ଭ ହୋଇଥିବା ସ୍କୁଲ ପୋଷ୍ୟ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଏଥିସହ ‘ମୋ ସ୍କୁଲ’ର ପ୍ରାଜେକ୍ଟ ମନିଟରିଂ ୟୁନିଟ୍କୁ ଅଧିକ ସଶକ୍ତ କରି ପୋଷ୍ୟ ସ୍କୁଲ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ସ୍ବତନ୍ତ୍ର ଟେଲିଫୋନ୍ ନମ୍ବର ୦୬୭୪-୨୩୯୩୯୩୩ ଓ ମୋବାଇଲ ନମ୍ବର ୯୮୬୧୪୯୦୯୨୯ ଜାରି ହୋଇଛି।
ଏଥିସହିତ ମୋ ସ୍କୁଲ ଅଭିଯାନରେ ନୂତନ ଭାବେ ୪୬୬୪ଟି ବିଦ୍ୟାଳୟ ଯୋଡି ହୋଇଛି ।ଏହି ଅଭିଯାନର ୨୧ତମ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୩୦ଟି ଜିଲ୍ଲାର ୪୬୬୪ଟି ବିଦ୍ୟାଳୟର ୩୨ କୋଟି ୫୪ ଲକ୍ଷ ୨୩ ହଜାର ୫୯୯ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ତେବେ ଗତ ଏକ ମାସ ମଧ୍ୟରେ ପ୍ରାୟ ୭୪ ହଜାର ପୁରାତନ ଛାତ୍ରଛାତ୍ରୀ ୧୦.୮୫ କୋଟି ଟଙ୍କା ଦାନ କରିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଟିଇ ଆଣ୍ଡ୍ ଏସ୍ସିଇଆର୍ଟି ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ମୋ ସ୍କୁଲ ଅଭିଯାନରେ ନୂତନ ଭାବେ ୪୬୬୪ ବିଦ୍ୟାଳୟ ଯୋଡି ହୋଇଛି। ଅଭିଯାନର ୨୧ତମ କାର୍ଯ୍ୟକାରୀ ପରିଷଦ ବୈଠକ @SMEOdisha ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୩୨.୫୪ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏକ ମାସରେ ପ୍ରାୟ ୭୪ ହଜାର ପୁରାତନ ବିଦ୍ୟାର୍ଥୀ ୧୦.୮୫ କୋଟି ଟଙ୍କା ଦାନ କରିଛନ୍ତି। pic.twitter.com/r4EXFXHNqC
— I & PR Department, Odisha (@IPR_Odisha) January 28, 2021