ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: କିଛିଦିନ ତଳେ ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡି କପିଲ ଶର୍ମାଙ୍କ ଶୋ ବନ୍ଦ ହେବା ନେଇ ଖବର ପ୍ରଚାରିତ ହୋଇଥିଲା । ଯେଉଁଥିପାଇଁ ଫ୍ୟାନମାନଙ୍କ ଗହଣରେ ଅସନ୍ତୁଷ୍ଟ ପ୍ରକାଶ ପାଇଥିଲା । ତେବେ ଏହି ଶୋ ବନ୍ଦ ହେବାର କାରଣ ଏବେ ସୋସିଆଲ୍ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଛି ଓ ଏହୈର କାରଣ କହିଛନ୍ତି ନିଜେ କପିଲ ଶର୍ମା ।
ଗୁରୁବାର ଦିନ କପିଲ୍ ଶର୍ମା ଟ୍ୱିଟରରେ ନିଜ ଫ୍ୟାନ୍ସଙ୍କୁ #AskKapil ସେସନ ଜରିଆରେ ନିଜ ମନ କଥା କହିଛନ୍ତି । ଜଣେ ୟୁଜର ଶୋ ବନ୍ଦ କରିବାର କାରଣ ପଚାରିଥିଲେ ।ତେବେ ଏହାର ଉତ୍ତର ଦେଇ କପିଲ୍ ଲେଖିଥିଲେ ଯେ ‘ମୋତେ ମୋ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାର ଅଛି ଏବଂ ପତ୍ନୀଙ୍କ ସହ ସମୟ ବିତାଇବାର ଅଛି ।ଏବେ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ କପିଲ ଶର୍ମାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
Bcoz I need be there at home with my wife to welcome our second baby 😍🧿 https://t.co/wdy8Drv355
— Kapil Sharma (@KapilSharmaK9) January 28, 2021