ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସହ ଶ୍ରେଣୀ ଗୃହରେ ପାଠପଢ଼ା ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଶୁକ୍ରବାର କରିଛନ୍ତି ବଡ଼ ଘୋଷଣା।ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ମାନେ କଲେଜ ଯାଇ ଶ୍ରେଣୀ ଗୃହରେ ପଢ଼ିବାକୁ ଅନୁମତି ମିଳିଛି।
ଦୀର୍ଘ ୧୧ ମାସ ପରେ କଲେଜ ଛାତ୍ରଛାତ୍ର ଶ୍ରେଣୀ ଗୃହରେ ବସି ପାଠ ପଢ଼ି ପାରିବେ। ଶେଷ ବର୍ଷର ଛାତ୍ର-ଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଏବେ ରାଜ୍ୟ ସରକାର ପିଜି ଓ ୟୁଜି ଛାତ୍ରଙ୍କ ପାଇଁ କଲେଜ୍ ଏବଂ ବିଶ୍ଵବିଦ୍ୟାଳୟ ଫେବୃଆରୀ ୬ରୁ ଖୋଲିବାକୁ ଘୋଷଣା କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଶେଷ ସେମିଷ୍ଟାର ପରୀକ୍ଷା ଜୁନ୍ ୧୬ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅନ୍ୟ ସେମିଷ୍ଟାର ପରୀକ୍ଷା ଗୁଡ଼ିକ ମେ’ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି।
ରାଜ୍ୟରେ କରୋନା ଗ୍ରାଫ୍ ତଳମୁହାଁ ହେବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଯୁକ୍ତ ୨ କଲେଜ ବିଷୟରେ କିଛି ଉଲ୍ଲେଖ ନାହିଁ। ୨୦୨୦ ମାର୍ଚ୍ଚ ୨୦ ତାରିଖରୁ ଶ୍ରେଣୀ ଗୃହରେ ପାଠପଢ଼ା ବନ୍ଦ ରହିଥିଲା। ମହମାରୀ କରୋନାକୁ ନଜରରେ ରଖି ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଥିଲେ।