ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ଵର ର Hotel VITS ଠାରେ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳ ଓ ଭାରତୀୟ ଟେକ୍ନୋଲୋଜି ରେ ନିର୍ମିତ ‘ଆଲାପ୍’ ଆପ୍ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ‘ଆଲାପ୍’ ର ସିଇଓ ଲୋକନାଥ ରେଡ୍ଡୀ, କୋ – ଫାଉଣ୍ଡର ଅମିତ୍ କୁମାର ମିଶ୍ର ଓ ଓଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ଯୋଗଦେଇଥିଲେ ।ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟିକଟକ୍ ସମେତ ବିଭିନ୍ନ ବିଦେଶୀ ବା ଖାସ୍ କରି ଚାଇନିଜ୍ ଆପ୍ କୁ ଭାରତ ସରକାର ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟି କୋଣରୁ ବ୍ୟାନ୍ କରିଥିଲେ । କେନ୍ଦ୍ର ସରକାର ଙ୍କ ଏହି ଡିଜିଟାଲ ଷ୍ଟ୍ରାଇକ୍ କୁ ପ୍ରାୟ ସବୁ ମହଲରୁ ବେଶ୍ ପ୍ରସଂଶା କରାଯାଇଥିଲା । ଆଉ ତା’ ପରେ ସାରା ଦେଶରେ ‘ ଭୋକାଲ୍ ଫର ଲୋକାଲ୍ ‘ ର ନାରା ଲାଗିଥିଲା । ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀ ଙ୍କୁ ଆମର ସ୍ବଦେଶୀ ସାମଗ୍ରୀ ଓ ଜ୍ଞାନକୌଶଳ ର ବହୁଳ ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଆହ୍ୱାନ ରେ ଅନୁପ୍ରାଣିତ ହୋଇ ଆମ ଓଡିଶା ମାଟିର ପୁଅ ଅମିତ୍ କୁମାର ମିଶ୍ର ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳ ଓ ଭାରତୀୟ ପ୍ରଯୁକ୍ତି ବିଦ୍ୟା ରେ ଏକ ସର୍ଟ ଭିଡିଓ ସେୟାରିଂ ଆପ ‘ଆଲାପ୍’ ର ପରିକଳ୍ପନା କରିଛନ୍ତି । ଯାହାର ‘ବିଟା’ ଭର୍ସନ ଏବେ ଗୁଗୁଲ ପ୍ଲେ ଷ୍ଟୋର୍ ରେ ଉପଲବ୍ଧ ହେଉଛି । ସବୁଠୁ ବଡ କଥା ହେଲା, ଏହି ମୋବାଇଲ ଆପ ରେ ହାଇ ସିକ୍ୟୁରିଟି ପଲିସି , ଅନ୍ୟ ଆପ ତୁଳନା ରେ ଜବରଦସ୍ତ ଫିଚର୍ , ଚାଟିଙ୍ଗ ଅପସନ୍ ଓ ଆକର୍ଷଣୀୟ ଇଣ୍ଟରଫେସ ୟୁଜର୍ସ ଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ‘ଆଲାପ୍’ ର ସି.ଇ.ଓ ଲୋକନାଥ ରେଡ୍ଡୀ । ‘ଆଲାପ୍’ ର ଟେକ୍ନିକାଲ୍ ଟିମ୍ ରେ ଅଧିକାଂଶ ଓଡ଼ିଆ ପିଲା ଅଛନ୍ତି ଯାହା ଆଉ ଏକ ଗୌରବ ର କଥା । ତେବେ ଦେଖିବା ବାକି ରହିଲା ‘ଆଲାପ୍’ ଆଗାମୀ ଦିନରେ ଉଭୟ କ୍ରିଏଟର ଓ ୟୁଜର୍ସ ଙ୍କୁ କେତେ ଆକର୍ଷିତ କରିପାରୁଛି ।