ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର୍ ବଜେଟ ଅଧିବେଶନ କାର୍ଯ୍ୟକ୍ରମ । ତେବେ ଫେବୃଆରୀ ୧ରେ ବଜେଟ ଅଧିବେଶନ ଉପସ୍ଥାପନ କରିବେ ନିର୍ମଳା ସୀତୀରମଣ । ୨୦୨୧-୨୦୨୨ ଆର୍ଥିକ ବର୍ଷର ପ୍ରଥମ ବଜେଟ ଉପସ୍ଥାପନ କରାଯିବ । ତେବେ ଦୁଇଟି ପର୍ଯ୍ୟାୟରେ ବଜେଟ କାର୍ଯ୍ୟ ସଂପାଦନ ହେବ । ତେବେ ପ୍ରଥମ ପର୍ଯ୍ୟାୟ ଆଜିଠୁ ୧୫ ଫେବୃଆରୀ ଓ ଦ୍ଵିତୀୟ ପର୍ଯ୍ୟାୟ ୮ ମାର୍ଚ୍ଚ ରୁ ୮ ଏପ୍ରିଲ ଯାଏଁ ଚାଲିବ ।
ତେବେ ବଜେଟ ଅଧିବେଶନ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ବର୍ଷର ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ମିନି ବଜେଟ କହିଛନ୍ତି ପ୍ରଧାନମନ୍ତ୍ରୀ ।ଭାରତର ସ୍ଵପ୍ନ ପୂରଣ ପାଇଁ ଅଧିବେଶନ ଜରୁରୀ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ନିର୍ଦ୍ଧାରିତ ସମୟ ଅର୍ଥାତ୍ ଦିନ ୧୧ ଟା ସମୟରେ ସଂସଦ ଭବନରେ ପହଞ୍ଚି ସାରିଛନ୍ତି ।ବଜେଟ ଆରମ୍ଭରେ ନିଜର ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।କରୋନା ମହାମାରୀ ସମୟରେ ବଜେଟ ଅଧିବେଶନ ଜରୁରୀ ବୋଲି କହିଛନ୍ତି ରାଷ୍ଟ୍ରପତି । ସବୁର ସଫଳ ମୁକାବିଲା ଭାରତ କରିଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଯୋଜନା ଦ୍ଵାରା ଲୋକମାନେ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ଫସଲ ବୀମା ଯୋଜନାରେ ମଧ୍ୟ ଲୋକମାନେ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ।ଆତ୍ମନିର୍ଭର ଯୋଜନା ମାଧ୍ୟମରେ ଦେଶର ଉନ୍ନତି ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ।