ସନ୍ଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ରମାଦେବୀ ଛାତ୍ରୀ ହତ୍ୟା ଘଟଣାର ଦୁଇ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଚିହ୍ନଟ କରିଥିବା ସୂଚନା ମିଳିଛି । ତେବେ ସେ ଦୁଇ ଜଣ ବର୍ତ୍ତମାନ ଫେରାର ଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସେମାନଙ୍କୁ ଖୋଜାଯାଉଛି ବୋଲି ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ ନାୟକ ।ଏଥି ସହିତ ଏହି ଘଟଣାର ସତ୍ୟାସତ୍ୟ ବାହାର କରିବାକୁ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ, ଗତକାଲି ଯାଜପୁର ରୋଡ ଠାରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା । ସେଠାରେ ଥିବା ଏକ ସିସିଟିଭିରେ ଏକ ସ୍କୁଟିରେ ଦୁଇ ଜଣ ଯୁବକ ମୃତ ଦେହକୁ ପକାଇଥିବାର ଦୃଶ୍ୟ ରେକର୍ଡ ହୋଇଥିଲା । ଓ ଯୁବତୀଙ୍କ ମୃତଦେହ ପାଖରେ ଏକ ବ୍ୟାଗ ପଡିଥିଲା । ଏହି ଆଧାରରେ ପୋଲିସ ନିଜର ତଦନ୍ତ ଆରମ୍ଭ କରିଥିଲା । ତେବେ ଛାତ୍ରୀ ଜଣକ ନାଁ ଝରାଫୁଲ ଜଣା ପଡିଥିବା ବେଳେ ସେ ରମାଦେବୀର ଛାତ୍ରୀ ବୋଲି ଜଣାପଡିଥିଲା । ତେବେ ସେ ଗତ ମଙ୍ଗଳବାର ଦିନ ବସ ଯୋଗେ ଭୁବନେଶ୍ୱରରୁ ମୟୁରଭଞ୍ଜ ଯାଉଥିଲେ ଝରାଫୁଲ । ହଠାତ ଦେହ ଖରାପ ହେବାରୁ ବାଣୀବିହାରରୁ ଓହ୍ଲାଇପଡିଲେ । ତାପରେ ଅନେକ ଯୋଗାଯୋଗ କରିଥିଲେ ବି ଝରାଫୁଲ କଲ ରିସିଭ କରିନଥିଲେ । ଫୋନ ରିସିଭ କରିବା ପାଇଁ ସନ୍ଧ୍ୟା ୬ଟା ୫୦ରେ ଝରାଫୁଲଙ୍କ ଭାଇ ଚାଟ କରିଥିଲେ । ତଥାପି ଝରାଫୁଲ କଲ ରିସିଭ କରିନଥିଲେ ।
ରାତି ୧୨ଟା୩୦ ଝରାଫୁଲ ତାଙ୍କ ଭାଇଙ୍କୁ କଲ କରିଥିଲେ କିନ୍ତୁ କିଛି ଶୁଭୁନଥିଲା । ତା ପରେ ଆସିଥିଲା ଝରାଫୁଲଙ୍କ ମେସେଜ । ସାଙ୍ଗ ସୋନାଲୀ ପାଖରେ ଅଛି , ବ୍ୟସ୍ତ ନହେବାକୁ ଭାଇକୁ ଚାଟ କରି କହିଥିଲେ ଝରାଫୁଲ । ତେବେ ଝରାଫୁଲ ପରିବାର ସହ ଆଉ କୌଣସି ଯୋଗଯୋଗ ରଖିନଥିବା ବେଳେ ପରିବାର ପାଖରେ ଗତକାଲି ତାଙ୍କର ମୃତ୍ୟୁ ଖବର ପହଞ୍ଚିଥିଲା । ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।