ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ଆରମ୍ଭ କରିଦେଇଛି ରଣକୌଶଳ । ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପିପିଲି ଉପନିର୍ବାଚନର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ । ଏନେଇ ବିଜେଡିର ବୈଦ୍ୟୁତିକ ବ୍ୟାପାର ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।ତେବେ ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥିଙ୍କ ମୃତ୍ୟୁ ପରେ ପିପିଲିରେ ବିଧାୟକ ସ୍ଥାନ ଖାଲି ପଡିଛି । ଖୁବ୍ ଶିଘ୍ର ଏହି ଆସନ ପାଇଁ ଉପନିର୍ବାଚନ କରାଯିବ ।
ତେବେ ବିଜେଡିରୁ ଉପନିର୍ବାଚନ ପ୍ରାର୍ଥୀ ଭାବେ ଛିଡା ହେବା ପାଇଁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଓ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାମ ମଧ୍ୟ ଖୁବ ଚର୍ଚ୍ଚା ହେଉଛି । ତେବେ କିଏ ଏହି ଆସନର ଦାୟିତ୍ଵ ନେବେ ସେ ନେଇ ଦେଖିବାକୁ ବାକି ରହିଲା ।