ସନ୍ଷ୍ଟାର ଟିଭି ବ୍ୟୁରୋ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ଘରେ ପଶି ଯୁବତୀ ବିବାହ କରିବାକୁ ଜିଦ୍ ଧରିଥିବା ଅଭିଯୋଗ ଆସିଛି । ଏନେଇ ଏତଲା ଦେଇଛନ୍ତି ନିଜେ ମୁକେଶ କୁମାର ପାଲ । ବିଧାୟକଙ୍କ ଏତଲା ଅନୁଯାୟୀ ଜଣେ ଯୁବତୀ ପାଲଲହଡ଼ା ବାଲିପଶି ସ୍ଥିତ ଘରେ ପଶି ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ ।
ବିଧାୟକଙ୍କ ଏତଲା ଅନୁଯାୟୀ, ବର୍ଷେ ପୂର୍ବରୁ ଜଣେ ମଧ୍ୟସ୍ଥି ସେହି ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ।ଏହା ପରେ ଯୁବତୀ ଜଣଙ୍କ ତାଙ୍କୁ ଫୋନ କରିବା ପରେ ବିଧାୟକ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାସେ ଦୁଇ ମାସ ଫୋନରେ କଥାବାର୍ତ୍ତା, ସୋସିଆଲ ମିଡିଆରେ ଚାଟିଂ ଭିତରେ ଯୁବତୀଙ୍କ ଆଚରଣ ଓ ଧମକପୂର୍ଣ କଥାବାର୍ତ୍ତା ଅସହ୍ୟ କରିଥିଲା ବୋଲି ବିଧାୟକ କହିଛନ୍ତି । ତା’ପରେ ଯୁବତୀ ଜଣଙ୍କୁ ବିବାହ ପାଇଁ ସେ ମନା କରି ଦେଇଥିଲେ । ଏହାପରେ ଯୁବତୀ ଜଣକ ବିଧାୟକଙ୍କୁ ବ୍ଲାକ୍ମେଲିଂ କରିବା ସହ ମିଛ କେସ୍ରେ ଫସାଇଦେବି ବୋଲି ଧମକ ଦେଇଥିଲେ ଏବଂ ଘରେ ପହଞ୍ଚି ବିବାହ ପାଇଁ ଜିଦ୍ ଧରିଥିଲେ ।
ଏତଲା ଦେଲା ପରେ ପୋଲିସ ବିଧାୟକଙ୍କ ବାସଭବନରେ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ୨୫ ତାରିଖ ବିଳମ୍ବିତ ରାତିରେ ଥାନାକୁ ଆଣି କେନ୍ଦୁଝରରେ ଛାଡ଼ିଥିଲେ ।ତେବେ ଯୁବତୀ ଜଣଙ୍କ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।