ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ ବିନା ଜେଇଇରେ ଇଞ୍ଜିନିୟରିଂରେ ନାମ ଲେଖାଯାଇ ପାରିବ । କରୋନା ମହାମାରୀ ପାଇଁ ଅଲ୍ ଇଣ୍ଡିଆ କାଉନସିଲ ଅଫ୍ ଟେକ୍ନିକାଲ ଏଜୁକେସନ୍ (AICTE) ଏହି ଗାଇଡ୍ଲାଇନ୍ ଜାରି କରିଛି । ଓଡିଶାରେ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୁହାଯାଇନଥିଲେ ମଧ୍ୟ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ଲାଗି ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି ।
ଇଞ୍ଜିନିୟରିଂ ପାଇଁ AICTE କେବଳ ଏଣ୍ଟ୍ରି ଲେଭଲ କ୍ୱାଲିଫିକେସନ୍ ସ୍ଥିର କରିଛି ବୋଲି ଜଣାପଡ଼ିଛି । ମାନଦଣ୍ଡ ଅନୁଯାୟୀ ଯୁକ୍ତ ଦୁଇରେ ମାଥମେଟିକ୍ସ, ଫିଜିକ୍ସ ଓ କେମିଷ୍ଟ୍ରି ବିଷୟ ଥିବା ବାଧ୍ୟତାମୂଳକ ଅଟେ । ଏହି ତିନି ବିଷୟରେ ୪୫ ପ୍ରତିଶତ ମାର୍କ ରଖିଥିଲେ ଛାତ୍ରଛାତ୍ରୀ ବିନା ଜେଇଇରେ ବି ଯେକୌଣସି ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇପାରିବେ ।
ତେବେ କରୋନା ପାଇଁ ବା ଅନ୍ୟାନ୍ୟ କାରଣରୁ ଜେଇଇ ବା ଓଜେଇ ଦେବାରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀ ଏବେ ଇଞ୍ଜିନିୟରିଂ ପଢିପାରିବେ ।