ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ଅଯୋଧ୍ୟା ନଗରୀର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଏବଂ ରାମ ମନ୍ଦିରର ସୌନ୍ଦର୍ଯ୍ୟ ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି।
ସାଧାରଣତନ୍ତ୍ର ଦିବସ ପରେଡ୍ରେ ରାମ ମନ୍ଦିର ଥିବା ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ବେଳେ ଶହ ଶହ ଦର୍ଶକ ଯୋଡ଼ହସ୍ତରେ ତାହାକୁ ସ୍ୱାଗତ କରିଥିଲେ। ଅନେକ ଲୋକ କରତାଳି ଦେବା ସହ ‘ଜୟ ଶ୍ରୀରାମ’ ଧ୍ୱନି ମଧ୍ୟ ଦେଇଥିଲେ।
ଏଠାରେ ଉଲ୍ଲେଖନୀୟ ଯେ, ୨୦୨୧ ଗଣତନ୍ତ୍ର ଦିବସ ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ଦିଲ୍ଲୀ ରାଜପଥ ପରେଡ୍ରେ ନିଜର ମେଢ ପ୍ରଦର୍ଶନ କରିଥିଲେ । ତେବେ ଓଡିଶାରୁ କଳହାଣ୍ଡିର ‘ବଜାସାଲ୍’ ଲୋକନୃତ୍ୟ ତାର ଝଲକ ସାରା ଦେଶକୁ ଦେଖାଇଥିଲା।