ସନ୍ଷ୍ଟାର ଟିଭି ବ୍ୟୁରୋ
ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ଦିଲ୍ଲୀ ପୁଲିସ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମେ ସେ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲଜିତ ଦୋସାଞ୍ଜଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ସେ ସୋସିଆଲ ମିଡିଆରେ ଟ୍ୱିଟ୍ କରି ଆନ୍ଦୋଳନରତ ଚାଷୀଙ୍କୁ ଟାର୍ଗେଟ କରିଛନ୍ତି।
ଭିଡିଓରେ କଙ୍ଗନା କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ କିପରି ଲାଲକିଲ୍ଲା ଉପରେ ଆକ୍ରମଣ କରାଗଲା। ସେଠାରେ ଖାଲିସ୍ତାନର ପତାକା ଉତ୍ତୋଳନ କରାଗଲା, ତାହା ସମସ୍ତେ ଦେଖିଛନ୍ତି। ଚଳିତ ବର୍ଷର ଗଣତନ୍ତ୍ର ଦିବସ, ଆମେ କରୋନା ଟିକା ଆସିବା ଏବଂ କରୋନା ଯୁଦ୍ଧରେ ଆମକୁ ମିଳିଥିବା ସଫଳତାକୁ ନେଇ ପାଳନ କରିପାରିଥାନ୍ତେ। କିନ୍ତୁ ସେଭଳି କିଛି ହେଲାନାହିଁ। ଯେଉଁମାନେ ନିଜକୁ ଚାଷୀ ବୋଲି ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି, ସେମାନେ ପ୍ରକୃତରେ ଆତଙ୍କବାଦୀ। ଏବଂ ଯେଉଁମାନେ ଏହାକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ଜେଲରେ ଭର୍ତ୍ତି କରିଦେବା ଦରକାର ବୋଲି କଙ୍ଗନା କହିଛନ୍ତି ।
Sick and tired of riots and blood bath almost every month , Delhi, Bangalore and now again Delhi #दिल्ली_पुलिस_लठ_बजाओ #RedFort pic.twitter.com/pWhXtOrqkx
— Kangana Ranaut (@KanganaTeam) January 26, 2021