ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଦେଖାଯାଇଥିବା ହିଂସାକାଣ୍ଡ ପାଇଁ ଆନ୍ଦୋଳନରୁ ଓହରିବାକୁ ନିଷ୍ପତି ନେଇଛନ୍ତି କିସାନ ମଜଦୁର ସଙ୍ଗଠନ ।କିସାନ ମଜଦୁର ସଙ୍ଗଠନ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବି ପାଇଁ ଆନ୍ଦୋଳନରେ ବସିଥିବା ଅନ୍ୟ ସଂଗଠନଠାରୁ ଅଲଗା ହେବାର ନିଷ୍ପତି ନେଇଛି । କୃଷକ ନେତା ଭି. ଏମ୍ ସିଂ ଏ ନେଇ ଆଜି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଯେ ଏପରି ହିଂସା ଉପାୟରେ ଆନ୍ଦୋଳନ ଚାଲିବା ଉଚିତ ନୁହେଁ । ଆମେ ଏଠାକୁ କାହାକୁ ମାରପିଟ କରିବାକୁ କିମ୍ଵା କାହାକୁ ଶହୀଦ କରିବାକୁ ଆସିନାହୁଁ । ସେ ଆଉମଧ୍ୟ ‘ଭାରତୀୟ କିସାନ ୟୁନିୟନ’ ର ନେତା ରାକେଶ ଟିକେତ ଉପରେ ଦୋଷାରୋପ ମଧ୍ୟ କରିଛନ୍ତି ।
ତେବେ ଦୀର୍ଘ ୨ ମାସହେବ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ରାଜରାସ୍ତାରେ ଏକତ୍ରୀତ ହୋଇ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ମଧ୍ୟରେ ଏବେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି । ତେବେ ଆଗକୁ ଏହି ଆନ୍ଦୋଳନର ପରିଣତି କଣ ହେବ ତାହା ଦେଖିବା ବାକି ରହିଲା ।