ସନ୍ଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ରାଜ୍ୟରେ ପୁଣିଥରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ରାସ୍ତା କଡରୁ ମିଳିଛି ଯୁବତୀଙ୍କ ମୃତ ଦେହ । କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଆଜି ସକାଳ ୯ ଟା ସମୟରେ ଦୁଇଜଣ ଯୁବକ ଜଣେ ଯୁବତୀଙ୍କୁ ଏକ ସ୍କୁଟିରେ ନେଉଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ପାଇଥିଲେ । ତେବେ ଏହି ସବୁ ଦୃଶ୍ୟ ସିସିଟିଭି କଏଦ ମଧ୍ୟ ହୋଇଛି ।
ଯୁବତୀଙ୍କ ମୃତ ଦେହ ପାଖରେ ବ୍ୟାଗ ପଡ଼ିଥିବା ବେଳେ ତାଙ୍କର ପରିଚୟ ମିଳିଛି । ମୃତ ଯୁବତୀ ଜଣକ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ମରୁଣ୍ଡେଇପଶି ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ । ସୂଚନା ଅନୁସାରେ ଯୁବତୀଜଣକ ଭୁବନେଶ୍ୱରସ୍ଥିତ ରମାଦେବୀ କଲେଜରେ ଫିଲୋସପି ବିଭାଗରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରୀ । ସେ ଜାନୁଆରି ୨୪ ତାରିଖରେ ଭୁବନେଶ୍ୱର ଯାଇଥିବା ବେଳେ ୨୫ ତାରିଖ ଦିନ କ୍ଲାସ କରିଥିଲେ । ତେବେ ଆଜି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଅଞ୍ଚଳରେ ଯୁବତୀର ମୃତଦେହ ମିଳିବା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ତେବେ କିଏ କେଉଁ କାରଣରୁ ଏପରି ସ୍ଥାନରେ ଯୁବତୀଙ୍କୁ ଫିଙ୍ଗି ଚାଲିଗଲା ତାକୁ ନେଇ କୁଆଖିଆ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।