ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ପାଇଁ ଫେବୃୟାରୀ ଗାଇଡଲାଇନ ଜାରି କଲା କେନ୍ଦ୍ର । ଫେବୃୟାରୀ ୨୮ଯାଏ ଲାଗୁ ହେବାକୁ ଥିବା ଗାଇଡଲାଇନ ଜାରି କରାଯାଇଛି । ତେବେ ଜାନୁୟାରୀ ଭଳି ଫେବୃୟାରୀ କଟକଣାରେ ମଧ୍ୟ ବିଶେଷ ଫରକ ନାହିଁ । ଆବଶ୍ୟକ ହେଲେ ସତର୍କତାର ସହ ଅଳ୍ପ ସ୍ଥାନରେ କଣ୍ଟେନମେଣ୍ଟ ଜାରି ରହିବ ।
ସମସ୍ତିଙ୍କ ବ୍ୟବହାର ପାଇଁ ଖୋଲା ରହିବ ସୁଇମିଂ ପୁଲ । ଏହା ସହ ସମସ୍ତ ପ୍ରକାର ପ୍ରଦର୍ଶନୀ ହଲ ଖୋଲା ରହିବ । ଏବଂ ସିନେମା ହଲରେ ସିଟ୍ ସଂଖ୍ୟା ବୃଦ୍ଧିନେଇ ନୂଆ SOP ଜାରି ହେବ । ତେବେ ପୂର୍ବଭଳି ମାସ୍କ, ସାମାଜିକ ଦୂରତ୍ଵ ଓ ସାନିଟାଇଜେସନ ଜାରି ରହିବ ।