ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ଵଲପୁର: କରୋନା ଟିକା ନେବାର ୩ ଦିନ ପରେ ଅର୍ଥାତ୍ ଗତକାଲି ଜଣେ ୨୭ ବର୍ଷୀୟ ସ୍ଵାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି । କିନ୍ତୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହା କରୋନା ଟିକାକରଣ ଜନିତ ମୃତ୍ୟୁ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।ତେବେ ଯୁବକ ଜଣକ ନୂଆପଡା ଜିଲ୍ଲାର ଅଟନ୍ତି । କରୋନା ଟିକା ନେବାର ତିନି ଦିନ ପରେ ଅସୁସ୍ଥତା ଅନୁଭବ କରିବା ପରେ ସେ ଭିମସାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା ।
ତେବେ ଜାନୁଆରୀ୨୩ ତାରିଖ ଦିନ ଉକ୍ତ ସ୍ଵାସ୍ଥ୍ୟକର୍ମୀ ଜଣଙ୍କ ଟିକା ନେଇଥିଲେ । ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ ନୂଆପଡା ଜିଲ୍ଲାର ଜଣେ ୨୭ ବର୍ଷୀୟ ଯୁବକଙ୍କ ଭିମସାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ରିପୋର୍ଟ ଅନୁସାରେ ତାଙ୍କ ମୃତ୍ୟୁ ସହ କରୋନା ଟିକାର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ।
ଏହା ଛଡା ଓଡିଶାରେକରୋନା ଟିକା ନେବା ପରେ ଆଉ ଦୁଇ ଜଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା ।ସ୍ଵାସ୍ଥ୍ୟ ବିଭାଗ କହିବା ଅନୁସାରେ ଆଉ ଜଣେ ୨୩ ବର୍ଷୀୟା ସ୍ଵାସ୍ଥ୍ୟକର୍ମୀ ଓ ଝାରସୁଗୁଡା ଜିଲ୍ଲାର ୨୩ ବର୍ଷୀୟ ପୁରୁଷ ସ୍ଵାସ୍ଥ୍ୟକର୍ମୀ ମଧ୍ୟ ୧୮ ଜାନୁଆରୀରେ ଟିକା ନେବା ପରେ ଅସୁସ୍ଥ ଅନୁଭବ କରିଥିଲେ ।ତେବେ ସେମାନେ ଏବେ ସୁସ୍ଥ ଅଛନ୍ତି ।