ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକ ଠାରେ ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ । କଟକ ମହାନଗର ନିଗର ଏବଂ ସି.ଡି.ଏ ଏନ୍ଫୋର୍ସମେଣ୍ଟ ସ୍କ୍ଵାର୍ଡର ମିଳିତ ଚଢ଼ାଉରେ ଏହି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।କଟକ କଲେଜ ଛକ, ସି.ଡି. ଏ ମାର୍କେଟ କମ୍ପ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟା ଜାରି ରହିଛି ।
ଆଗକୁ ବର୍ଷା ଦିନ ଆସୁଥିବାରୁ କଟକ ସହରର ସମସ୍ତ ଡ୍ରେନର ମରାମତି କାର୍ଯ୍ୟ ଚାଲୁ ରହିଛି। ଆଜି ସକାଳୁ ଏକ ଏନ୍ଫୋର୍ସମେଣ୍ଟ ଟିମ ଏବଂ ୨ ଫ୍ଲାଟୁନ ଫୋର୍ସ ମୁତୟନ ରହି ସମସ୍ତ ସମସ୍ତ ଉଠା ଦୋକାନକୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ ।
ଅନ୍ୟପଟେ ଉଠାଦୋକାନୀଙ୍କ ଥଇଥାନ ପାଇଁ ସହରରେ ଭେଣ୍ଡିଂ ଯୋନ କାର୍ଯ୍ୟ ଚାଲୁ ରହିଛି । ତେଣୁ କାମ ସରିଗଲାପରେ ଖୁବଶୀଘ୍ର ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି ।