ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜାତୀୟ ମତଦାତା ଦିବସ ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଭୋଟର ପରିଚୟ ପତ୍ର ଡିଜିଟାଲ ଭୋଟର ପରିଚୟ ପତ୍ରର ଉନ୍ମୋଚନ କରିଛନ୍ତି । ଉଭୟ ନୂଆ ଏବଂ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ବ୍ୟକ୍ତିମାନେ ଓ୍ବେବ୍ସାଇଟ୍ରୁ ଭୋଟର ପରିଚୟ ପତ୍ର ଡାଉନଲୋଡ୍ କରିପାରିବେ ।
ତେବେ ଏହି e-EPICs ଉଭୟ ନୂଆ ଏବଂ ପୁରୁଣା ଭୋଟରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୫ ରୁ ୩୧ ଯାଏଁ ଉପଲବ୍ଧ ହେବ । ଏହି ସମୟ ମଧ୍ୟରେ କେବଳ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଭୋଟରମାନେ ଅର୍ଥାତ ପୂର୍ବରୁ ଭୋଟ ପ୍ରକ୍ରିୟାରେ ସାମିଲ ହୋଇନଥିବା ବ୍ୟକ୍ତିମାନେ ଅନଲାଇନ୍ରେ ଭୋଟର ପରିଚୟ ପତ୍ର ପାଇପାରିବେ ।
ଦ୍ବିତୀୟ ପର୍ଯ୍ୟାୟ e-EPICs ଫେବୃୟାରୀ ୧ ତାରିଖରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ଏବଂ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇସାରିଥିବା ବ୍ୟକ୍ତିମାନେ ଅନଲାଇନ୍ରେ ଭୋଟର ପରିଚୟ ପତ୍ର ପାଇପାରିବେ ।
କିପରି କରିବେ ଡାଉନଲୋଡ୍
ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍ voter portal.eci.gov.in ଓ୍ବେବ୍ସାଇଟ୍ରେ ଲଗ୍ ଇନ୍ କରି ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍ଲାଇନ୍ ଆପ୍ ମାଧ୍ୟମରେ ମଧ୍ୟ ଭୋଟରମାନେ ପରିଚୟ ପତ୍ର ପାଇପାରିବେ । ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର (Play store)ରେ ଉପଲବ୍ଧ ହେବ । ଏହି ଆପ୍ ଡିଜିଟାଲ ଲକର୍ ଆପ୍ଲିକେଶନ୍ ସାଇଟ୍ରେ ଉପଲବ୍ଧ ହେବ ।
ନୂତନ ଭାବେ ଭୋଟର ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି, ଯେଉଁମାନେ କି ଭୋଟ୍ ପରିଚୟ ପତ୍ରର ହାର୍ଡ କପି ପାଇନଥିବେ କେବଳ ଫର୍ମ-୬ ପୂରଣ କରି e-voter ପରିଚୟ ପତ୍ର ପାଇପାରିବେ । ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ କେବଳ ଭୋଟର ID ଏବଂ ମୋବାଇଲ ନମ୍ବର ଦେଇ e-voter ପରିଚୟ ପତ୍ର ପାଇପାରିବେ ।