ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ହେବ କରୋନା ଟେଷ୍ଟ । ପାଖାପାଖି ଦୁଇ ହଜାର ସେବାୟତଙ୍କ ଟେଷ୍ଟ କରାଯିବ । ଜାନୁଆରୀ ୨୧ରୁ ବିନା କୋଭିଡ ୧୯ ରିପୋର୍ଟରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅନୁମତି ମିଳିବା ପରେ ବେଶୀ ସଂଖ୍ୟକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ମନ୍ଦିରକୁ ଯାଉଛନ୍ତି । ତେବେ ଏହି କାରଣରୁ କରୋନା ସଂକ୍ରମଣ ଆଶଙ୍କା କରାଯାଉଛି । ଏଥିପ୍ରତି ସତର୍କ ରହିବାକୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।
ପ୍ରାୟ ଏକ ମାସ ଧରି ଏହି ଟେଷ୍ଟ କରାଯିବ । ବଡ଼ଦାଣ୍ଡ ସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପ୍ରତିଦିନ ସେବାୟତଙ୍କ ଟେଷ୍ଟ କରାଯିବ। ଆଜିଠାରୁ ଫେବୃଆରୀ ୨୮ ତାରିଖ ମଧ୍ୟରେ ବିଭିନ୍ନ ନିଯୋଗ ସଦସ୍ୟଙ୍କ ଟେଷ୍ଟ ହେବ। ପ୍ରତିଦିନ ୫୦ ଜଣ ସେବକଙ୍କ କୋଭିଡ୍ ଟେଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।