ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ପୁଣିଥରେ ଆରମ୍ଭ ଦିଆଯିବ କରୋନା ଟିକା । ଫେବୃଆରୀ ୧୦ ସୁଦ୍ଧା ଏହି ଟିକାକରଣ ପ୍ରକ୍ରିୟା ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ପାଣିଗ୍ରାହୀ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋପ୍ଲାନ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ ବଳକା ୧ ଲକ୍ଷ ୬୩୬ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେବେ ବୋଲି ସୂଚନା ରହିଛି ।
କୋଓ୍ବିନ୍ ଆପ ମାଧ୍ୟମରେ ମୋଟ ୩ ଲକ୍ଷ ୫୦ ହଜାର ୭ ଶହ ୨୬ ଜଣ ସ୍ବାସ୍ଥ୍ୟକର୍ମୀ ପଞ୍ଜିକରଣ କରିଥିଲେ । ଜାନୁଆରୀ ୧୬ରୁ ୨୫ ତାରିଖ ମଧ୍ୟରେ ହୋଇଥିବା ଟିକାକରଣ ପ୍ରକ୍ରିୟା ମଧ୍ୟରେ ମୋଟ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିବା ସୂଚନା ରହିଛି ।