ସନ୍ଷ୍ଟାର ଟିଭି ବ୍ୟୁରୋ
ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ଦେଖାଯାଇଛି ଅଭାବନୀୟ ଦୃଶ୍ୟ । ବିଭିନ୍ନ ସ୍ଥାନରେ ମରି ପଡିଛନ୍ତି ବିଦେଶୀ ପକ୍ଷୀ ରୁଡ଼ି ଶେଲ ଡକ୍ । କିଛି ପକ୍ଷୀ ଛଟପଟ ହେଉଥିବାର ମଧ୍ୟ ଦେଖାଯାଉଛନ୍ତି ।ତେବେ ଏହି ପକ୍ଷୀ ମଡକର କାରଣ ଅସ୍ପଷ୍ଟ ଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା କରି ଆତଙ୍କିତ ହେଉଛନ୍ତି ସ୍ଥାନୀ ବାସିନ୍ଦା ।
ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଏ ସୂଚନା ଦେଇଥିଲେ । ଦୁର୍ଗା ପ୍ରସାଦ ମହାପାତ୍ର ଘଟଣା ସ୍ଥଳକୁ ଆସି ମୃତ ପକ୍ଷୀଙ୍କ ଫୋଟୋ ଓ ଭିଡ଼ିଓ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇଥିଲେ । ତେବେ କୌଣସି ପକ୍ଷୀଙ୍କୁ ଛୁଇଁବାକୁ ବାରଣ କରାଯାଇଛି । ଉକ୍ତ ଫୋଟୋ ଏବଂ ଭିଡ଼ିଓକୁ ଖୋର୍ଦ୍ଧା ଏସିଏଫଙ୍କୁ ପଠେଇ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ।
ତେବେ ଦେଶରେ ବାର୍ଡ ଫ୍ଲୁ ବ୍ୟାପି ଚାଲି ଥିବା ସମୟରେ ବାଙ୍କୀରେ ଏଭଳି ପକ୍ଷୀ ମଡକ ଦୃଶ୍ୟ ସ୍ଥାନୀୟ ବାସିନ୍ଦାଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।