ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାର ପୋଲିସର ସଫଳତା । ୭ ଦିନରେ ୮୯୪ ଶିଶୁଙ୍କୁ ଉଦ୍ଧାର କରିଛି ଓଡ଼ିଶା ପୋଲିସ । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ନିଖୋଜ ଶିଶୁ ଉଦ୍ଧାର ମିଶନ ଦ୍ୱାରା ୮୯୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ଶିଶୁଙ୍କ ଭିତରୁ ୮୦୦ ଜଣ ଝିଅ ହୋଇଥିବା ବେଳେ ୯୪ ଜଣ ପୁଅ ଅଛନ୍ତି ।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଅଭୟ କହିଛନ୍ତି, ବିଭିନ୍ନ ସମୟରେ ରାଜ୍ୟରେ ଦାଏର ହୋଇିଥିବା ନିଖୋଜ ଶିଶୁଙ୍କ ସମ୍ପର୍କିତ ରିପୋର୍ଟକୁ ଆଧାର କରାଯାଇ ଏହି ମିଶନ ହାତକୁ ନିଆଯାଇଥିଲା । ରାଜ୍ୟର ବିଭିନ୍ନ ଥାନାରେ ଏଥିଲାଗି ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଥିଲା । ଜାନୁୟାରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ମିଶନ ୨୫ ତାରିଖ ଯାଏ ଚାଲିଥିଲା ।
ଏହି ସମୟ ଭିତରେ ୮୩୪ଟି ମାମଲାର ତଦନ୍ତ କରାଯାଇଥିଲା । ଉଦ୍ଧାର କରାଯାଇଥିବା ଶିଶୁଙ୍କ ଭିତରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୨୭ ଜଣଙ୍କୁ ଉଦ୍ଧାର କରାଯାଇଛି । ବାଲେଶ୍ୱରରେ ୮୮ ଜଣ ଓ ମୟୂରଭଞ୍ଜରେ ୧୧ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ବୋଲି ଡିଜି ପୋଲିସ ସୂଚନା ଦେଇଛନ୍ତି ।