ସନ୍ଷ୍ଚାର ଟିଭି ବ୍ୟୁରୋ
ଭବାନୀପାଟଣାରେ ଜଣେ ବରିଷ୍ଠ ଲୋକଙ୍କ ଠାରୁ ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ଜଣ ସାଇବର ଠକଙ୍କୁ ପୁଲିସ ଗିରଫ କରିଛି । ଗତ ୧୮ ତାରିଖରେ ଜିଓ କଷ୍ଟମର କେୟାରରୁ ଫୋନ୍ କରିଥିବା କହି ଅଜଣା ବ୍ୟକ୍ତି ଜଣକ ବିଭିନ୍ନ ମନଲୋଭା କଥା କହିଥିଲା। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଓଟିପି ପଠାଇବା ପରେ ଗଙ୍ଗାଧରଙ୍କ ଆକାଉଣ୍ଟରୁ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା।
ଅଭିଯୋଗ ପରେ କଳାହାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଏହି ଘଟଣାରେ ୫ ଜଣ ସାଇବର ଚୋରଙ୍କୁ ଗିରଫ କରାଯାଇଥିବା ବେଳେ ସମସ୍ତେ ଉତ୍ତର ପ୍ରଦେଶ ହମିରପୁର ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି।