ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁର କରିଛନ୍ତି ମାଗଣା ଟେଷ୍ଟପେପର ‘ପରୀକ୍ଷା ଦର୍ପଣ’ । ତେବେ ଏହାର ଆଜି ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ତେବେ ପ୍ରଥମ ପର୍ଯାୟରେ ୪ଟି ଜିଲ୍ଲା ଅର୍ଥାତ୍ ନୂଆପଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ଏହି ପୁସ୍ତକ ବଣ୍ଟନ କରାଯିବ । ପ୍ରଥମ ଫୋକସରେ ଉପାନ୍ତ ଜିଲ୍ଲା ଗୁଡିକ ରହିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଫେବୃଆରୀ ୧୨ ମଧ୍ୟରେ ସମସ୍ତ ଡିଇଓ ଅଫିସକୁ ଏହି ପୁସ୍ତକ ପଠାଯିବ । ଏହାପରେ ଫେବୃଆରୀ ୧୫ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ଏହି ପୁସ୍ତକ ପହଞ୍ଚାଯିବ ।
ତେବେ ଏହି ଟେଷ୍ଟ ପେପର ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ ପ୍ରାୟ ୫ କୋଟି ଟଙ୍କା ବ୍ୟୟ କରିବାକୁ ପଡିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।୭୦୦ ପୃଷ୍ଠା ସମ୍ଵଳିତ ଏହି ଟେଷ୍ଟ ପେପର କେବଳ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଛି । ଶିକ୍ଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ପୁସ୍ତକ ଦିଆଯିବ । ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଯଥା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଟେଷ୍ଟପେପର ଦିଆଯିବ ।