ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ୨ମାସ ହେବ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନରେ ବସିରହିଥିଲେ କୃଷକ ସଂଗଠନ । ତେବେ ଆଜି ଦିଲ୍ଲୀ ପୋଲିସଙ୍କ ଅନୁମତି ନେଇ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ବାହାରିଥିଲେ କୃଷକ ସଂଗଠନ । ତେବେ ଏହି ଆନ୍ଦୋଳନ ଏବେ ହିଂସାର ରୂପ ନେଇଛି । ପୋଲିସ ଓ କୃଷକମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ତେବେ ଏହି ହିଂସାକାଣ୍ଡରେ ୧୮ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ଓ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ଓ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ କିଛି ଘଣ୍ଟା ପୂର୍ବରୁ ଦିଲ୍ଲୀରେ ଏହି ଆନ୍ଦୋଳନ ପାଇଁ ଇଣ୍ଟରନେଟ ସେବା ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା । ଦିଲ୍ଲୀର ବିଭିନ୍ନ ସୀମାରେଖାରେ ରାତି ୧୨ ଟା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସିଂଘୁ, ଗାଜିପୁର, ଟିକରୀ, ମୁକରବା, ନାଙ୍ଗଲୋଇ ସୀମାରେଖାରେ ଗୃହ ମନ୍ତ୍ରାଳୟଙ୍କ ଦ୍ଵାରା ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ।