ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ତୃତୀୟ ପର୍ଯ୍ୟାୟ ନାମଲେଖା ଜାନୁୟାରୀ ୨୯ରୁ ଆରମ୍ଭ ହେବାକୁ ଯାଉଛି । ଡିଗ୍ରି କଲେଜରେ ଖାଲି ପଡ଼ିଥିବା ସିଟ୍ ପୂରଣ ଲାଗି ତୃତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିଲେ ମଧ୍ୟ ଅନେକ ଗୁଡିଏ ସିଟ୍ ଖାଲି ପଡିଛି । ଏହାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ ।
ଇଚ୍ଛୁକ ଛାତ୍ରଛାତ୍ରୀ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଦାଖଲ କରିପାରିବେ। ଫେବ୍ରୁଆରି ୨ ତାରିଖ ରାତି ୧୧ଟା ୪୫ରେ ଆବେଦନର ଶେଷ ସମୟ ସୀମା ରଖାଯାଇଛି । ଫେବ୍ରୁଆରି ୩ ଅପରାହ୍ନ ୨ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ନାମଲେଖା ଫି’ ଦାଖଲ କରିପାରିବେ । ୮ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ । ୪ ତାରିଖରୁ ୯ ତାରିଖ ଅପରାହ୍ଣ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।