ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକରେ ପ୍ରସ୍ତାବିତ ବସ୍ ଟର୍ମିନାଲକୁ ନେଇ ଭର୍ତ୍ତୃହରି ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ଜାନୁୟାରୀ ୨୩ରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶିଳାନ୍ୟାସ ହୋଇଥିବା ନେତାଜୀ ବସ୍ ଟର୍ମିନାଲକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଏହାର ନିର୍ମାଣକୁ ନେଇ ଜନ ପ୍ରତିନିଧିଙ୍କ ସହ କୌଣସି ଆଲୋଚନା ହୋଇ ନ ଥିବା ଅଭିଯୋଗ କରିଛନ୍ତି ଭର୍ତ୍ତୃହରି । ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ଏହାର ନିଷ୍ପତ୍ତି ନିଆଯାଇଛି । କ୍ଷେତ୍ର ପ୍ରଦର୍ଶନ ନ କରି ଗୁଗଲ୍ ମ୍ୟାପ୍ ଜରିଆରେ ତଥ୍ୟ ନିଆଯାଇଛି ।
କିନ୍ତୁ ଏନେଇ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧି ସହ ଆଲୋଚନା କରିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଖାନନଗରରେ ବସ୍ ଟର୍ମିନାଲର ନିର୍ମାଣ ଭୌଗୋଳିକ ଦୃଷ୍ଟିରୁ ଅନୁପଯୁକ୍ତ ଅଟେ ।