ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଟ୍ରାକ୍ଟର୍ ରାଲି ଏବେ ଉଗ୍ର ରୂପ ନେବାରେ ଲାଗିଛି । ସେଥିପାଇଁ ଦିଲ୍ଲୀର ବିଭିନ୍ନ ସୀମାରେଖାରେ ରାତି ୧୨ ଟା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସିଂଘୁ, ଗାଜିପୁର, ଟିକରୀ, ମୁକରବା, ନାଙ୍ଗଲୋଇ ସୀମାରେଖାରେ ଗୃହ ମନ୍ତ୍ରାଳୟଙ୍କ ଦ୍ଵାରା ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ।
ସୂଚନା ଅନୁସାରେ ଚାଷୀମାନେ ସିଂଘୁ ଓ ଟିକରି ସୀମାରେଖାରେ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ମଧ୍ୟକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ଚାଷୀମାନଙ୍କୁ ଅଟକ ରଖିବା ପାଇଁ ପୋଲିସ ଲୁହ ବୋହା ଗ୍ୟାସ ଓ ଲାଠି ପ୍ରୟୋଗ କରିଥିଲା ।ତେବେ ପୋଲିସ ଓ କୃଷକମାନଙ୍କ ମଧ୍ୟରେ ଆନ୍ଦୋଳନ ତୀବ୍ର ହେବାରେ ଦେଖାଯାଉଛି ।
ଆନ୍ଦୋଳନରେ ଶାନ୍ତି ବଜାୟ ରଖିବାକୁ ଚାଷୀମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ଅନୁରୋଧ କରିଥିଲେ ମଧ୍ୟ ଏହାର କିଛି ସୁଫଳ ମିଳି ପାରିନାହିଁ ।