ସନ୍ଷ୍ଟାର ଟିଭି ବ୍ୟୁରୋ
image courtesy DD
ଇଂରେଜଙ୍କ ଦ୍ୱାରା ଦୀର୍ଘ ୨ ଶହ ବର୍ଷ ଧରି ନିର୍ଯାତିତ ହେବା ପରେ ୧୯୪୭ରେ ଭାରତ ମୁକ୍ତ ହେଲା ପରାଧୀନତାର ଶିକୁଳିରୁ । ୧୯୫୦, ଜାନୁଆରୀ ଆଜିର ଦିନ ଭାରତବାସୀ ନିଜ ଭାଗ୍ୟ ଡୋରି ନିଜ ହାତକୁ ନେଲେ । ଏହି ଦିନ ଭାରତ ସାର୍ବଭୌମ ଓ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେଲା । ଏ ଅବସରରେ ପ୍ରଣୀତ ହେଲା ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ । ଏହି ମୁହୂର୍ତ୍ତକୁ ସ୍ୱର୍ଣ୍ଣିମ କରିବାକୁ ଯାଇ ପ୍ରତ୍ୟେକ ଗଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହେଉଛି ପରେଡ୍ ।
image courtesy DD
ତେବେ ଆଜି ସାରାଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାସହ ସହ ପରେଡ଼ ଅଭିବାଦନ ଗ୍ରହଣ କରିଛନ୍ତି । ହେଲେ କରୋନା ମହାମାରୀ ଲାଗି ସାଧାରଣତନ୍ତ୍ର ଦିବସ ସମାରୋହରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟ୍ ସହ ପ୍ରଜ୍ଞାପନ ମେଢ଼ ସଂଖ୍ୟା ହ୍ରାସ କରାଯାଇଛି।
image courtesy DD
ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିନ କରାଯାଇଛି। ପ୍ରତିବର୍ଷ ସାଢ଼େ ୮ କିଲୋମିଟର ପରେଡ୍ ମାର୍ଚ୍ଚ ହେଉଥିବା ବେଳେ ଏବର୍ଷ ପରେଡ୍ ଲମ୍ବକୁ ୫କୁ କିଲୋମିଟର ହ୍ରାସ କରାଯାଇଛି। ଦିଲ୍ଲୀ ରାଜପଥ ପୂର୍ବରୁ ନ୍ୟାସନାଲ ଷ୍ଟାଡିୟମ୍ ନିକଟରେ ପରେଡ୍ ଶେଷ ହୋଇଛି।
ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଳାକାରଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି। ପରେଡ୍ରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇନାହାଁନ୍ତି ନାହିଁ। ସେହିଭଳି ଏଥର ପରେଡରେ କେହି ବିଦେଶୀ ଅତିଥି ଯୋଗ ଦେଇନାହାନ୍ତି। ପରେଡ୍ରେ ଦେଶର ସ୍ଥଳସେନା, ବାୟୁସେନା ଓ ଜଳସେନା ସାମିଲ ହୋଇଛନ୍ତି । ଏଥର ଆକର୍ଷଣ, ପରେଡରେ ସାମିଲ ହୋଇଛନ୍ତି ଭାରତର ପ୍ରଥମ ମହିଳା ଫାଇଟର୍ ପାଇଲଟ୍। ପରେଡରେ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରେ ନିୟୋଜିତ ଯବାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
image courtesy DD
ତେବେ ଏହି ସମାରୋହର ଅନ୍ୟତମ ଆକର୍ଷଣ ରହିଛି ବାଂଲାଦେଶୀ ସେନାଙ୍କ ପରେଡ୍। ପରେଡରେ ପ୍ରଥମ ଥର ପାଇଁ ଭାଗ ନେଇଛନ୍ତି ବାଙ୍ଗଲାଦେଶୀ ସେନା। ପରେଡରେ ବାଙ୍ଗଲାଦେଶର ୨ଟି କଣ୍ଟିଜେଣ୍ଟ ଭାଗନେଇଛି । ଗୋଟିଏ କଣ୍ଟିଜେଣ୍ଟ ମାର୍ଚ୍ଚ ପାଷ୍ଟ କରିବାକୁ ଥିବାବେଳେ ଅନ୍ୟଟି ମିଲିଟାରି ବ୍ୟାଣ୍ଡ ପ୍ରଦର୍ଶନ କରୁଛି । ଏଥିସହ ପରେଡ୍ ଲାଗି ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୪୦ ହଜାର ଯବାନ ମୁତୟନ ହୋଇଛନ୍ତି।
ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ବିଏସ୍ଏଫ୍ କ୍ୟାମେଲ କଣ୍ଟିଜେଣ୍ଟ ପରେଡ଼ ପ୍ରଦର୍ଶନ କରିଛନ୍ତି। ଏଥିଲାଗି ବିଏସ୍ଏଫ୍ କଣ୍ଟିଜେଣ୍ଟ ପକ୍ଷରୁ ଓଟଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଫେରିବା ପରେ ଆଜିର ସାଧାରଣତନ୍ତ୍ର ଦିବସ ପରେଡ୍ ଆରମ୍ଭ ହୋଇଛି। ତେବେ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ସକାଳୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍ କରି ସମସ୍ତ ଭାରତବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
देशवासियों को गणतंत्र दिवस की ढेरों शुभकामनाएं। जय हिंद!
Wishing all the people of India a Happy #RepublicDay. Jai Hind!
— Narendra Modi (@narendramodi) January 26, 2021