ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଟ୍ରାକ୍ଟର୍ ରାଲି ।ତେବେ ଏହା ପୂର୍ବରୁ ସେଠାରେ ଉତ୍ତେଜନାମୂଳକ ପରସ୍ଥିତି ଦେଖାଦେଇଛି । ବହୁସଂଖ୍ୟାରେ ପୁଲିସ ମୁତୟନ ସତ୍ତ୍ଵେ ଆଜି ସକାଳେ ଦିଲ୍ଲୀ-ହରିୟାଣାର ଟିକ୍ରି ସୀମାନ୍ତରେ ହଜାର ହଜାର କୃଷକ ବ୍ୟାରିକେଡ୍ ଭାଙ୍ଗିବା ସହ ଚାଲି ଚାଲି ଦିଲ୍ଲୀକୁ ପ୍ରବେଶ କରିବାରୁ ଏହି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରୁ ଉତ୍ତୋଳନ କରାଯାଇଥିବା ଭିଡିଓରେ ଏହି ଗୋଳମାଳର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଟିକ୍ରି ସୀମାନ୍ତ ଏବଂ ଦିଲ୍ଲୀ ଓ ହରିୟାଣାକୁ ବିଭକ୍ତ କରୁଥିବା ସିଂଘୁ ସୀମାନ୍ତରେ ଏଭଳି ପରିସ୍ଥିତି ଉପୁଜିଛି । ହଜାର ହଜାର କୃଷକ ପତାକା ଧରି ପଦଯାତ୍ରାରେ ଦିଲ୍ଲୀକୁ ପ୍ରବେଶ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ରାଲି ନିମନ୍ତେ ପ୍ରସ୍ତୁତ ଥିବା ଟ୍ରାକ୍ଟର୍ରେ ମଧ୍ୟ ଥିଲେ ।
ବାହାର ପାଖ ରିଙ୍ଗ୍ ରୋଡ୍ରେ ପଦଯାତ୍ରା କରିବାକୁ ସିଂଘୁ ସୀମାନ୍ତର ପ୍ରାୟ ୫୦୦୦ ପ୍ରତିବାଦକାରୀ ଜିଦ୍ଧରି ବସିଛନ୍ତି । ଟିକ୍ରି ସୀମାନ୍ତରେ କୃଷକ ନେତାମାନେ ପ୍ରତିବାଦକାରୀ କୃଷକମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କହିଛନ୍ତି । ରାଲିର ସମୟ ସଂକ୍ରାନ୍ତରେ ସେମାନେ ପୁଲିସ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ସୂଚନା ଅନୁସାରେ ରାଜପଥରେ ହେବାକୁ ଥିବା ଟ୍ରାକ୍ଟର ରାଲି ଗଣତନ୍ତ୍ର ଦିବସର ପରେଡ ପରେ ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ଦିନ ଏହି ରାଲି କରିବାକୁ ଚାଷୀମାନଙ୍କୁ ଦିଲ୍ଲୀ ପୋଲିସ ଅନୁମତି ଦେଇସାରିଛି । ତେବେ ନୂତନ କୃଷି ଆଇନ୍ ପ୍ରତିବାଦରେ ପ୍ରାୟ ୨ମାସ ହେବ ହଜାର ହଜାର ଚାଷୀ ଜାତୀୟ ରାଜପଥରେ ଆନ୍ଦୋଳନରେ ବସି ରହିଛନ୍ତି ।