ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ତୋଷାଳୀ ମେଳା ପରେ ଭୁବନେଶ୍ଵରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଆଦିବାସୀ ମେଳା । ବିଭିନ୍ନ ଜିଲ୍ଲାର ଆଦିବାସୀ ହସ୍ତଶିଳ୍ପକୁ ଏହି ମେଳାରେ ଦେଖିବାକୁ ପାଇବେ ରାଜଧାନୀବାସୀ । ତେବେ ଭୁବନେଶ୍ଵର ,ୟୁନିଟ ୧ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ଆଜିଠୁ ଆରମ୍ଭ ହୋଇ ଫେବୃଆରୀ ୯ ଯାଏଁ ଚାଲିବ । ଏହି ମେଳା ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ ଟା ଯାଏଁ ଚାଲିବ ।
ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରର ଦର୍ଶକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରର ଦର୍ଶକ ଏହି ମେଳାକୁ ଆସିବାକୁ ଚାହୁଁଥିଲେ ପ୍ରଥମେ ଅନ୍ଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଜାନୁୟାରୀ ୨୩ରୁ ରେଜିଷ୍ଟ୍ରେସନ ପାଇଁ ଖୋଲିବ ଓ୍ଵେବସାଇଟ । ସେହି ଓ୍ଵେବସାଇଟରେ ନିଜର ନାମ ରେଜିଷ୍ଟ୍ରେସନ କଲାପରେ ଆଦିବାସୀ ମେଳାରେ ବୁଲିବାକୁ ଅନୁମତି ମିଳିବ । www.adivasimela2021.com ମାଧ୍ୟମରେ ପର୍ଯ୍ୟଟକ ନିଜ ନାମ ରେଜିଷ୍ଟ୍ରେସନ କରିପାରିବେ ।